ହେଡଲାଇନସ୍:

ଏସପି ସାରା ହେଲେ ସାହା, ଦୁଇ ଅସହାୟ ଯୁବତୀଙ୍କୁ ଦେଖେଇଲେ ବଂଚିବାର ରାହା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଳାରେ ଗଡିଲା ବ୍ୟାଟେରୀ ଚାଳିତ ମହିଳା ପିଙ୍କ-ଅଟୋ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସବୁବେଲେ କିଛି ନ କିଛି ଇନୋଭେଟିଭ ଆଉ  ନିଆରା କରି ଚର୍ଚ୍ଚାରେ ରହି ଆସିଥିବା ଗଜପତିର ଏସପି ସାରା ଶର୍ମା ଏବେ ପୁଣି ଚର୍ଚ୍ଚାରେ | ଏବେ ଦୁଇ ଅସହାୟ ମହିଳାଙ୍କୁ ବଂଚିବାର ରାହା ଦେଖାଇ ନାରୀ ସଶକ୍ତିକରଣ ଦିଗରେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ନିଜର ଦୃଢ ଇଛାଶକ୍ତି ବଳରେ | ଆଉ ପାରଳାଖେମୁଣ୍ଡି ସହରରେ ମହିଳା ମାନେ ମଧ୍ୟ କିଛି କମ୍ ନୁହନ୍ତି , ପୁରୁଷଙ୍କ ଭଳି ସେମାନେ ମଧ୍ୟ ଅଟୋ ଗାଡି ଚଲାଇ ନିଜକୁ ସ୍ୱାବଲମ୍ବୀ କରାଇ ପାରିବେ ସେକଥା କାମରେ କରି ଦେଖାଇଛନ୍ତି | ଆଉ ଏହି ଯାତ୍ରୀବାହୀ ଅଟୋ ସେବା ଯୋଗାଇ ଦେବାପାଇଁ ଆଗେଇ ଆସିଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଦୁଇ ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ | ସେମାନଙ୍କୁ ସମ୍ମାନର ସାହା ରୋଜଗାର ଯୋଗାଇ ଦେବା ପାଇଁ | ଆଉ ଏସପି ସାରା ଶର୍ମାଙ୍କ ପ୍ରେରଣା ଓ ପ୍ରୋତ୍ସାହନ ପାଇ ସହରର ପିଙ୍କ ଅଟୋ ଗଡ଼ାଇ ପାରିଛନ୍ତି ଦୁଇଜଣ ମହିଳା ଋତୁ ଶର୍ମା ଓ ଜେ.ଈଶ୍ୱରୀ ।

ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ବ୍ୟାଟେରୀ ଚାଳିତ ମହିଳା ପିଙ୍କ-ଅଟୋ ସେବାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପିଙ୍କ୍ ଅଟୋ ସେବା ଚଳାଚଳର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୀତାରାମ ଶତପଥୀ , ଏସଡ଼ିପିଓ- ପ୍ରକାଶ ଚନ୍ଦ୍ର ଜେନା , ମହିଳା ସଂଗଠନ “ଆକାଂକ୍ଷା” ର ସଭାନେତ୍ରୀ ମିନାକ୍ଷୀ ସାହୁ , ଜିଲ୍ଲା ଓଏଲଏମ-ର ଡ଼ିପିଏମ- ପ୍ରିୟମ୍ବଦା ବିଶୋଇ ଏବଂ ଏମଭିଆଇ- ବସନ୍ତ କୁମାର ମହାପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ ।

ପାରଳାଖେମୁଣ୍ଡି ସହରରେ ପ୍ରଥମ କରି ମହିଳା ମାନଙ୍କ ନିମନ୍ତେ ବ୍ୟାଟେରୀ ଚାଳିତ ପିଙ୍କ ଅଟୋ ସେବା ଚଳାଚଳର ଶୁଭାରମ୍ଭ ହୋଇଥିବା ବେଳେ ଏହି ପିଙ୍କ ଅଟୋର ଡ୍ରାଇଭର ଭାବେ ଦୁଇଜଣ ମହିଳା ଯୁବତୀ ରହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପାରଳାଖେମୁଣ୍ଡି ସହରର ଏହି ଦୁଇ ମହିଳା ଯୁବତୀ ନିଜ ବିବାହର ବିଚ୍ଛେଦ ହେବା ପରେ ନିଜ ଶିଶୁ ସନ୍ତାନକୁ ଧରି ଆଜିକା ଦୁନିଆରେ ଚଳିବା ପାଇଁ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିଲେ । ଏ ଦିଗରେ ଅସହାୟଙ୍କୁ ସାହାଯ୍ୟ ଯୋଗାଇ ଦେବାରେ ମାହୀର ଭାବେ ପରିଚିତ ଥିବା ଜିଲ୍ଲାର ଏସପି ସାରା ଶର୍ମାଙ୍କ ଠାରେ ଆସି  ସେମାନେ ପହଞ୍ଚିଥିଲେ  ନିଜ ଜୀବନ ଜୀବିକା ପାଇଁ କିଛି ରାହା ପାଇବା ଉଦ୍ଦେଶ୍ୟରେ, ଯାହାକି ସେମାନେ ଆତ୍ମନିର୍ଭରଶୀଳ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଚଳି ପାରିବେ ।

ତାପରେ ଏସପି  ସାରା ଶର୍ମା ସେହି ଦୁଇ ମହିଳାଙ୍କୁ ଅଟୋ ଚଳାଇବା ହେବ କି ପଚାରି ସେମାନେ ଏଥିରେ ଶତପ୍ରତିଶତ ରାଜି ହୋଇ ଆଗେଇ ଆସିଥିଲେ । ତାପରେ ସେହି ମହିଳା ଦୁଇଜଣ ଏସପିଙ୍କ ଠାରୁ ପ୍ରେରଣା ଓ ପ୍ରୋତ୍ସାହନ ପାଇ ପୋଲିସ ଆରଆଇ ଡମ୍ବରୁ ଧର ହନାଗାଙ୍କ ପତ୍ୟକ୍ଷ ତତ୍ତ୍ଵାବଧାନରେ ରିଜର୍ଭ ପୋଲିସ ପଡ଼ିଆ ଠାରେ  ଅଟୋ ଡ୍ରାଇଭିଂ ଶିଖିଥିଲେ ।

ଏସପି. ସାରା ଶର୍ମା ଦୁଇ ମହିଳାଙ୍କ ନିମନ୍ତେ ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଡ୍ରାଇଭିଂ ପ୍ରଶିକ୍ଷଣ ଓ ଅଟୋ କିଣିବା ପାଇଁ ଋଣ ମିଳିବା ସହଯୋଗ ମଧ୍ୟ କରିଥିଲେ।   ସମସ୍ତ କାର୍ଯ୍ୟକ୍ରମକୁ ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

 

0
0
0
s2sdefault