ହେଡଲାଇନସ୍:

ଧନ୍ୟ ଧରମବୀରଙ୍କ ମଣିଷପଣିଆ, ସସ୍ମିତା ପାଇଲେ ନୂଆ ଦୁନିଆ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଆରା ବାହାଘର, ସମାଜ ପାଇଁ ପ୍ରେରଣା 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ବାହାଘର ହେଲା, କନ୍ୟାଦାନ ହେଲା, ହାତଗଣ୍ଠି ପଡିଲା | ହେଲେ ବାହା ଘରରେ ବାଜି ନ ଥିଲା ବାଜା, ଫୁଟି ନଥିଲା ବାଣ କି ଲାଗିନଥିଲା ବରଯାତ୍ରୀଙ୍କ ଲମ୍ବା ଲାଇନ । କେବଳ ପଣ୍ଡିତଙ୍କ ମନ୍ତ୍ରପାଠ ଓ ଅଗ୍ନିକୁ ସାକ୍ଷୀ ରଖି ଅନାଥ ଦିବ୍ୟାଙ୍ଗ ଯୁବତୀଙ୍କ ହାତ ଧରିଛନ୍ତି ହରିୟାନା ରାଜ୍ୟର ଧରମବୀର ଶର୍ମା । ବିନା ଯାନି ଯୌତୁକରେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରି ନିଜକୁ ଧନ୍ୟ ମନେ କରିବା ସହ ଆଉ ଅନାଥ ଯୁବତୀଙ୍କୁ ସାହାରା ଦେଲେ ସମାଜରେ ଅବଳା ନାରୀଙ୍କୁ ଉଚିତ ସମ୍ମାନ ମିଳିବ ବୋଲି ଯୁବଗୋଷ୍ଠୀଙ୍କୁ ଆହ୍ବାନ କରିଛନ୍ତି ଧରମବୀର । ଜିଲ୍ଲା ଶିଶୁ କଲ୍ୟାଣ ସମିତି ଦ୍ବାରା ସମ୍ଭବ ହୋଇପାରିଛି ଏହି ଆଦର୍ଶ ବିବାହ।

ସତରେ ଏ ବିବାହ ପରେ ଅଚିହ୍ନା ଧର୍ମବୀର ହୋଇଗଲେ ଦିବ୍ୟାଙ୍ଗ ଯୁବତୀ ସସ୍ମିତାଙ୍କ  ଆପଣା । ଅନାଥ ଦିବ୍ୟାଙ୍ଗ ଯୁବତୀଙ୍କୁ ମିଳିଗଲା ଜୀବନସାଥୀ । ଶେଷରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସହଯୋଗରେ ଅନୁଷ୍ଠିତ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମ ତଥା ଆଦର୍ଶ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବରଗଡ଼ ବିମଳା ଦେବୀ ଚେରିଟେବୁଲ ସୋସାଇଟିରେ ରହୁଥିବା ଅନାଥ ଦିବ୍ୟାଙ୍ଗ ସସ୍ମିତା ଷଡ଼ଙ୍ଗୀ । ଅଗ୍ନିକୁ ସାକ୍ଷୀ ରଖି ଜନ୍ମ ଜନ୍ମର ସୁଖଦୁଃଖର ସାଥି ହେବା ସଂକଳ୍ପ ନେଇ ଦିବ୍ୟାଙ୍ଗ ଯୁବତୀଙ୍କ ହାତ ଧରିଛନ୍ତି ହରିୟାନା ରାଜ୍ୟ ହିସାର ଜିଲ୍ଲା ଭଗାନା ଗ୍ରାମର ଧରମବୀର ଶର୍ମା । ଏହି ଆଦର୍ଶ ବିବାହରେ ନା ବାଜିଥିଲା ବାଜା, ନା ଫୁଟିଥିଲା ବାଣ କିମ୍ବା ନଥିଲା ଯାନି ଯୌତୁକ ଚିନ୍ତା । କେବଳ ପଣ୍ଡିତଙ୍କ ମନ୍ତ୍ରପାଠ, ହୋମଯଜ୍ଞ ଓ ଫୁଲମାଳ ଦେଇ ବରଗଡ଼ ରାଣୀସତୀ ମନ୍ଦିରରେ ଆୟେୋଜନ ହୋଇଥିଲା ନିଆରା ଆଦର୍ଶ ବିବାହ ।

ବରଗଡ଼ ଜିଲ୍ଲା ଭେଡ଼େନ ବ୍ଳକ ପଣ୍ଡକିପାଲି ଗ୍ରାମରେ ବିବାହ ହୋଇଛନ୍ତି ହରିୟାନାର ଧରମବୀରଙ୍କ ଭଉଣୀ ଅନିତା ଶର୍ମା । ଭଉଣୀଙ୍କ ଘରକୁ ଯିବାଆସିବା ବେଳେ ଦିବ୍ୟାଙ୍ଗ ସସ୍ମିତାଙ୍କ ଖବର ଶୁଣି ତାଙ୍କୁ ଦେଖା କରିଥିଲେ ଧରମବୀର । ଆଉ ଏହାପରେ ଧରମବୀର ସଂକଳ୍ପ ନେଇଥିଲେ ଅନାଥ ସସ୍ମିତାଙ୍କୁ ଜୀବନସାଥୀ କରିବା ପାଇଁ । ବାସ! ଏହାପରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସହଯୋଗରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ସସ୍ମିତା ଓ ଧରମବୀର । ସେପଟେ କନ୍ୟାଦାନ ମହାପୂଣ୍ୟ । ତେଣୁ ସସ୍ମିତାଙ୍କୁ ନିଜ ଝିଅ ପରି 3 ବର୍ଷ ବୟସରୁ ପାଳି ପୋଷି ବଡ଼ କରିଥିବା ପିତା ସୁନିଲ ଅଗ୍ରଓ୍ବାଲ କନ୍ୟାଦାନ କରି ବେଶ ଖୁସି ମନେ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ପ୍ରଶାସନ ପକ୍ଷରୁ ଉଭୟ ନବଦମ୍ପତ୍ତିକୁ ଦେଇଥିଲେ ଶୁଭାଶିର୍ବାଦ ।

ଜିଲ୍ଲା ପ୍ରଶାସନର ଏହି ଆଦର୍ଶ ବିବାହକୁ ସବୁ ମହଲରେ ଉଚ୍ଚ ପ୍ରଂଶସା କରାଯାଇଥିବା ବେଳେ ନବଦମ୍ପତ୍ତିଙ୍କୁ ବିବାହ ପ୍ରୋତ୍ସାହନ ପାଇଁ ଜିଲ୍ଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିଜୁ ଯୋଜନାରେ ମିଳିବ 50ହଜାର ଟଙ୍କା । 

0
0
0
s2sdefault