ହେଡଲାଇନସ୍:

ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ବୃଦ୍ଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ(ବିଶ୍ୱଜିତ ନାୟକ) - ଚଳନ୍ତା ଟ୍ରେନକୁ ଡେଇଁ  ବୃଦ୍ଧଙ୍କ ମୃତ୍ୟୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ପଂଚାୟତ ଅଭିମାନପୁର ଗାଁ ନିକଟରେ । କୌଣସି କାରଣକୁ ନେଇ ସେ ଗାଁର ନବୀନ ନାୟକ ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଥିଲା. । ଏଥିରେ ନବୀନ ନାୟକ ଉତ୍ତ୍ୟକ୍ତ ହୋଇ ମହୀପୁର ରୁ ଖୋର୍ଦା ରୋଡ ଯାଉଥିବା ଟ୍ରେନ ଆଗକୁ ଡେଇଁପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କ ହାତ ଓ ଗୋଡ କଟିଯାଇଥିଲା  ଫଳରେ ବହୁ ରକ୍ତ ଶ୍ରାବ ହୋଇଥିଲା । ପରେ 108 ଆମ୍ବୁଲାନ୍ସ ସାହାଯ୍ୟରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

0
0
0
s2sdefault