ହେଡଲାଇନସ୍:

ଜୀବନେ ଆସିଲା ଝଡ : ନାବାଳକଙ୍କ ମୁଣ୍ଡରେ ସଂସାର ପାହାଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କିଡନି ରୋଗରେ ଆକ୍ରାନ୍ତ ବାପାଙ୍କୁ ବଂଚାଇବା ପାଇଁ ଦୁଇ ନାବାଳକର ସଂଘର୍ଷ  ।

ପଦ୍ମପୁର(ଶାସକ ପ୍ରଶାସକ)- ସବୁ ଦୁଃଖେ କଷ୍ଟେ ଠିକ ଠକ ଚାଲିଥିଲା | ଦୁଇ ପୁଅ ଓ ସ୍ତ୍ରୀ କୁ ନେଇ ହସଖୁସିରେ ଚଳାଇଥିଲେ  ସଂସାର  ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମର ସାଗର ମେହେର  । ପାଖରେ ଜମିବାଡି ନଥିଲେ ହେଁ କୌଲିକ ବୃତି ଲୁଗା କାମ କରି ବେଶ ସୁରୁଖୁରୁରେ ଗୁଜୁରାଣ ମେଣ୍ଟାଇନେଉଥିଲେ | ହେଲେ କାହା ନଜର ପଡିଲା କେଜାଣି, ଆସିଲା ଅଦିନ ଝଡ | ପରିବାରର ଖୁସି ଟିକକ ସେ ଝଡ଼ରେ ଉଡେଇ ନେଇଗଲା | ଦୁଇ ବର୍ଷ ତଳେ ଜଣାପଡିଲା  ତାଙ୍କୁ(ସାଗରଂକୁ) କିଡିନି ରୋଗ ହୋଇଛି |  ତାହା ପୁଣି ପ୍ରାଥମିକ ଅବସ୍ଥା ନୁହଁ, ସେ ଏହି ରୋଗରେ ୭୦ ପ୍ରତିଶତ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ଠାରୁ ଜାଣିବା ପରେ ନିଜକୁ ବଂଚାଇବା ପାଇଁ  ସେ ପ୍ରୟାସ ଆରମ୍ଭ କରିଥିଲେ  । ନିଜ ପାଖରେ ଥିବା ଟଙ୍କ ଖର୍ଚ୍ଚ  କରି ଭୂବନେଶ୍ୱର ଠାରେ ଚିକିତ୍ସିତ ହୋଇଥିଲେ  । ସମସ୍ତ ଟଙ୍କ ଖର୍ଚ୍ଚ ହେବା  ପରେ ମଧ୍ୟ ସେ ଠିକ ହୋଇନଥିଲେ | ତାଙ୍କର ଗହଣାଗାଣ୍ଠି ବିକ୍ରି କରିବା ସହ ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ କରି ଭୁବନେଶ୍ୱର  ତଥା ବୁର୍ଲା ମେଡିକାଲରେ ଚିକିତ୍ସିତ ହୋଇ ତଲିତଲାନ୍ତ ହେଲେଣି  । ଅପର ପକ୍ଷରେ ସାଗରଙ୍କ ପତ୍ନୀ  ଜଣେ ମାନସିକ ରୋଗୀ । ବାପାଙ୍କ ବେମାରୀକୁ, ମା ବି ରୋଗୀଣା | ପରିବାରର ଦୁଇ ଜଣ ରୋଗ ଗ୍ରସ୍ଥ ହେବା ପରେ ସମସ୍ତ ବୋଝ ଏବେ ତାଙ୍କ ଦୁଇ ନାବାଳକ ପୁଅ ମୁଣ୍ଡରେ  । ତେଣୁ ତାଙ୍କର ଦୁଇ ପୁଅ ପାଠ ପଢା ଛାଡି ପରିବାର ପୋଷଣ ତଥା ତାଙ୍କୁ ଚିକିତ୍ସିତ କରାଇବା ପାଇଁ ଲାଗି ପଡିଛନ୍ତି  । ବଡ ପୁଅ ଗଜାନନ ଅଷ୍ଟମ ଶ୍ରେଣୀ ପରେ ପାଠ ପଢା ଛାଡି କୌଳିକ ବୃତ୍ତି  ଲୁଗା ବୁଣା କାମକରି ପରିବାରକୁ ବଂଚାଇବାକୁ ଚେଷ୍ଟା କରୁଛି  । ହେଲେ ତାର ଏହି ସ୍ୱଳ୍ପ  ଆୟ କିଡନି ରୋଗ ପରି ମାରାତ୍ମକ ରୋଗର ଚିକିତ୍ସା ପାଇଁ ସମୁଦ୍ରକୁ ଶଂଖେ ପାଣି ସଦୃଶ ହେଉଛି  । ତେଣୁ ପରିବାର ଏବେ ସରକାରଙ୍କ ଠାରୁ  ସାହାଯ୍ୟକୁ ଚାହିଁ ବସିଛନ୍ତି |ନ୍ତି  । ସାଗର ମେହେର ଜଣ ପିଛା ଚାଉଲ ବ୍ୟତୀତ କୌଣସି ସରକାରୀ ସହାୟତା ପାଉନାହାନ୍ତି  ।

ସାଗରଙ୍କ ସ୍ତ୍ରୀ କମଳା ମାନସିକ ରୋଗଗ୍ରସ୍ଥ ଥିବା ହେତୁ ପରିବାର ସମ୍ଭାଲିବା ପାଇଁ  ସାନ ପୁଅ ପ୍ରେମାନନ୍ଦ ମଧ୍ୟ ଅଂଟା ଭିଡିଛି । ସେ କୋମଳ ବୟସର ପାଠ ପଢା ଛାଡି ଘରର ରୋଷେଇ ବାସ କରିବା ସହିତ ବାପା ମାଁର ସେବା ଶୁଶ୍ରୁଷା କରୁଛି  । ଯେଉଁ ବୟସରେ ହାତରେ ଖାତା କଲମ ଥିବା କଥା ସେ ବୟସରେ ସେ ନିଜ ପରିବାରକୁ ଦୁଇ ମୁଠା ଦୁଇ ଓଲି ଖାଇବାକୁ ଦେବାପାଇଁ ହଣ୍ଡା ଧରିବାକୁ ବାଧ୍ୟ ହୋଇଛି  । ମନରେ ପାଠ ପଢିବାର ଇଚ୍ଛା ଥିଲେ ହେଁ ସାଂସାରିକ ଜଂଜାଲ  ପ୍ରତିବନ୍ଧକ ସାଜିଛି  । ଗରିବ ପରିବାରରେ ଯେତେବେଲେ ରୋଗ ଗ୍ରାସ କରିଥାଏ ପରିବାରର ମେରୁଦଣ୍ଡ ଭାଙ୍ଗିଯାଇଥାଏ,ଭାଙ୍ଗି ଯାଏ ତାର ସ୍ୱପ୍ନ ଏବଂ ତାର କୋମଲମତି ଶିଶୁ ମାନଙ୍କ ସ୍ୱପ୍ନ। ତେଣୁ ସରକାର ଏହି ପରିବାରକୁ ସହେଯାଗ କରିବା ନିତାନ୍ତ ଜରୁରୀ ହୋଇ ପଡଛି  । 

ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଳ ଆମେ  ତନ୍ମୟ କୁମାର ଦରୱାନଙ୍କୁ ଅବଗତ କରାଇବା ପରେ ସେ ସାଗର ମେହେରଙ୍କ ଚିକିତ୍ସାପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ସାଗର ମେହେରଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ କରାଗଲେ ତାଙ୍କ ଜୀବନ ବଂଚିଯିବ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । 

0
0
0
s2sdefault