ହେଡଲାଇନସ୍:

କରୋନା ମୁକାବିଲା : ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ (ବିଶ୍ୱଜିତ ନାୟକ) - ନୟାଗଡ ଜିଲ୍ଲା ଡ଼ି.ଆର.ଡ଼ି.ଏ ସଭାଗୃହରେ କରୋନା ଭାଇରସ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ପକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟଙ୍କ ସଭାପତିତ୍ୱ କ୍ରମେ ସଚେତନତା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଶ୍ଵେତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ବ୍ୟାପକ କରିବା ସହ ସ୍ୱାସ୍ଥ୍ୟ ବିଭାଗର ଆବଶ୍ୟକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା । 

0
0
0
s2sdefault