ହେଡଲାଇନସ୍:

କରୋନା ଭାଇରସ୍ - covid-19 ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି  ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ  କରୋନା ଭାଇରସ୍ covid-19 ସମ୍ପର୍କିତ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

  କରୋନା ଭାଇରସ୍ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଥିବା ବେଳେ ଏହା  ଭାରତର ବିଭିନ୍ନ ରାଜ୍ୟକୁ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଲାଣି।  ଏହି ମାରାତ୍ମକ ରୋଗ ଭୁତାଣୁ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନାହିଁ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ମଧ୍ୟ ଏହାକୁ  ମାହାମାରି ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ।  ତେଣୁ ପରିବେଶ ଚତୁର୍ପାର୍ଶ୍ବ ସହିତ  ନିଜକୁ ନିୟମିତ ଭାବେ ସଫାସୁତୁରା ରଖିବା  ଏବଂ  ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବା ଦ୍ୱାରା ହିଁ କରୋନାର ମୁକାବିଲା କରାଯାଇପାରିବ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।

   କରୋନା ଭାଇରସ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଥିରୁ କିଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ସୁରକ୍ଷିତ ରହିହେବ ଏବଂ  ଏ ଦିଗରେ  ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ ପାଳନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

   ମୁଖ୍ୟତଃ ଏହି ନିୟମାବଳୀ ପ୍ରକାରେ ଜିଲ୍ଲାପାଳ ଶ୍ରୀ ସାହା ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସୁଚାଇଦେଇ କହିରହିଲେ ଯେ ,  ସମସ୍ତ ଶିକ୍ଷାନୁଷ୍ଠାନ ଚଳିତ ମାସର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ , ପରୀକ୍ଷା ଚାଲିବ , ସଭା ସମିତି ଓ ସେମିନାର , ହାଟ ଭଳି ଅନେକ ଜନ ସମାଗମ ହେବା ମଧ୍ୟ ବନ୍ଦ କରାଯାଇଛି । ସେହିଭଳି  ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ସହ  ବିବାହ ବରଯାତ୍ରୀ  ଓ ଭୋଜି , ସିନେମା ହାଲ ,  ସୁଇମିଙ୍ଗ ମୋଲ ପ୍ରଭୃତି ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। 

   ଅନ୍ୟ ପକ୍ଷରେ ଏହି ରୋଗ ସମ୍ପର୍କରେ ଯଦି କେହି ଅଯଥା ଗୁଜବ ପ୍ରଚାର କରନ୍ତି , ତାହା ହେଲେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। 

ସମଗ୍ର ଗଜପତି ଜିଲ୍ଲାରେ ରାଜ୍ୟ ସରକାରଙ୍କ covid-19 ନିୟମାବଳୀ , କିଭଳି ସଫଳତାର ସହ କାର୍ଯ୍ୟକାରୀ ହେବ ଏବଂ ଏହି ରୋଗରୁ ଲୋକମାନେ କିଭଳି ଦୁରେଇ ରହି ସତର୍କତା ସହ ସ୍ୱଚ୍ଛ ପରିବେଶ ଓ ସଫା ସୁତୁରା ମଧ୍ୟରେ ରହିବେ  , ସେଥିପାଇଁ ଜନ ସଚେତନତାକୁ ବ୍ୟାପକ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଓ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ , ବ୍ଲକ ସ୍ତରୀୟ ଅଧିକାରୀ , ପୋଲିସ  ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ। ।

0
0
0
s2sdefault