ହେଡଲାଇନସ୍:

ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି ଧର୍ମଗଡ଼ ଶୁସାନ୍ତ ରାଉତ : ଧର୍ମଗଡ଼ ବ୍ଲକ କିର୍କାକାନୀ ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ରବିବାର ସନ୍ଧ୍ୟା ସ୍ଥାନୀୟ ପୋଖରୀରୁ ପାଣି ଆଣି କଳସ  ଯଜ୍ଞ ମଣ୍ଡପରେ ସ୍ଥାପିତ ହୋଇଛି | ରାଧାକୃଷ୍ଣ ସାଂସ୍କୃତିକ  ଅନୁଷ୍ଠାନ ତଥା କିର୍କାକାନୀ (ବେଳପଡା)ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଏହି ନାମଯଜ୍ଞରେ ଷୋମବାର ସକାଳ ୭.୦୦ଘ ସମୟ ରେ ହରେକୃଷ୍ଣ ହରେକୃଷ କୃଷ୍ଣକୃଷ୍ଣ ହରେହରେ  ହରେରାମ ହରେରାମ ରାମରାମ ହରେହରେ ନାମ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ଯେବାକୁ ଥିବା ବେଲେ  ମଙ୍ଗଳବାରଦିନ ଦହି ହାଣ୍ଡି ଭଗ୍ନ ଓ ହୋଲି ଉତ୍ସବ ଆୟୋଜିତ ହେବ |  ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଚିତ୍ରସେନ ରାଉତ ଓ ତାଙ୍କ ଧର୍ମପତ୍ନୀ ପାର୍ବତୀ ରାଉତ ରହିଥିବାବେଳେ  ପୂଜକ ଭାବେ ଉପେନ୍ଦ୍ର ପଣ୍ଡା ରହିଛନ୍ତି | ଏହି ଅଷ୍ଟପ୍ରହର ନାମ ଯଜ୍ଞ କାର୍ଯ୍ୟକ୍ରମରେ ମୋଟ ଛଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ  କରୁଛନ୍ତି | ସେମାନେ ହେଲେ ଭଜନାଥ ବାଗ  ଗ୍ରାମ ଘିସୁରାମୁଣ୍ଡ (ବଲାଙ୍ଗୀର ମହିଳା ଦଳ),  ଅଜିତ ଚନ୍ଦନ କେସିଙ୍ଗା (ବହାଦୁରପଦର),  ଦିବ୍ୟଶଙ୍କର ମାଝୀ ଦେପୁର (କଲପୁର), ଯୁଗଳ କିଶୋର ନାଗ ସାରସମାଲ (କୁସୁମଖୁଣ୍ଟି), ରାମ ମାଝୀ ନେଗିପଡା (ଛତିଶଗଡ଼) ଓ  ଦାମୋଦର ମାଝୀ କିର୍କାକାନୀ(ବେଳପଡା) | 

 

0
0
0
s2sdefault