ହେଡଲାଇନସ୍:

ଖରିଆର ବିଜେଡି ପକ୍ଷରୁ  ବିଶ୍ୱ ମହିଳା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସିନାପାଲି /ନିରାକାର ମେହେର -ନୂଆପଡା ଜିଲ୍ଲା ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ରବିବାର ସିନାପାଲି ଥରେ ବିଜୁ ପଟ୍ଟନାୟକ ଙ୍କ 104ତମ ଜନ୍ମ ଜୟନ୍ତୀ ତଥା ବିଶ୍ୱ ମହିଳା ଦିବସ  ପାଳିତ ହୋଇଯାଇଛି | ରବିବାର ପୂର୍ବାହ୍ନ 11ଘଣ୍ଟା ସମୟ ରେ ଶତାଧିକ ମହିଳା ଓ ବିଜେଡି କର୍ମକର୍ତା ସିନାପାଲି ସ୍ଥିତ ପଂଚାୟତ ସମିତି ବିଶ୍ରାମ ଗୃହ ଠାରେ ଏକତ୍ରିତ ହୋଇଥିଲେ !ବୀର ବାଦ୍ୟ ତଥା ଘୁମୁରା ଓ ଡିଜେ ବାଜା ର ତାଲେ ତାଳେ ଉଭୟ ମହିଳା ଓ କର୍ମୀ ମାନେ ସିନାପାଲି ସହର ପରିକ୍ରମା କରିଥିଲେ !ଶେଷ ରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ସ୍ଥିତ ଏକ ଆମ୍ବ ବଗିଚା ଠାରେ ପହଂଚିଥିଲେ | ଏହି ସଭାରେ ଜିଲ୍ଲା ସଭାପତି ମନୋଜ ମିଶ୍ର ସଭାପତିତ୍ୱ କରିଥିଲେ | ପଶ୍ଚିମଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଦର ନିଆଳ, ମହିଳା ସମାବେଶର ପର୍ଯ୍ୟବେକ୍ଷକ  ସୋଭାଗ୍ୟ ନାଏକ, ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ରାଜ୍ୟ ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ |

 

0
0
0
s2sdefault