ହେଡଲାଇନସ୍:

ବଡ ସଫଳତା : ନୂଆପଡା ପୋଲିସ ଧଇଲା ୪  ଆନ୍ତଃରାଜ୍ୟ ଲୁଟେରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧.୩ ଲକ୍ଷ ନଗଦ, ୫ ତୋଲା ସୁନା, ୧.୮ କେଜି ରୁପା ଜବତ

ନୂଆପଡ଼ା,(Amit Purohit): ନୂଆପଡ଼ା ଜିଲ୍ଲା ପୁଲିସକୁ ଏକ ବଡ ସଫଳତା ମିଳିଛି । ଆଜି  ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ତାଙ୍କ ଠାରୁ ୧.୩ ଲକ୍ଷ ନଗଦ, ୫ ତୋଲା(୬୦ ଗ୍ରାମ) ସୁନା, ୧.୮ କେଜି ରୁପା, ୨୩ଟି ମୋବାଇଲ ଫୋନ, ଏକ ନମ୍ବର ବିହିନ ନୁଆ ମୋଟର ସାଇକେଲ, ୬ଟି ଡିକି ଖୋଲିବା ମାଷ୍ଟର ଚାବି, ୫ଟି ମାରଣାସ୍ତ୍ର ଜବତ କରିଥିଲେ । ଲୁଟେରା ମାନେ ହେଲେ ଗଂଜମା ଜିଲ୍ଲା ଆସ୍କା ଥାନା ଧୁନକୁନି ଗାଁର କରନ ଦାସ(୧୯), ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନା ବିକେବାହାରା ଗାଁର କରନ ନେତାମ(୨୨) ଓ କାର୍ତ୍ତିକ(୨୦), ଭିମଖୋଜ ଥାନା ସଦର ଗାଁର ସଚିନ ଧ୍ରୁ(୧୮) । ଆଜି ସମସ୍ତ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆହୁତ ସମ୍ମାଦିକ ସମ୍ମିଳନୀରେ ଏସପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି । 

       ଗତ ଜାନୁୟାରୀ ୧୮ ତାରିଖରେ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବେଲଟୁକୁରୀ ଥାନା ବୋଥା ଗାଁର ଚାଷୀ ପରସରାମ ରଣା ଧାନ ବିକ୍ରି ଟଙ୍କା ଉଠାଣ ପାଇଁ ବ୍ୟାଙ୍କକୁ ଆସିଥିଲେ । ଅପରାହ୍ନରେ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଣ କରି ନିଜ ବାଇକ ଡ଼ିକିରେ ଭତ୍ତି କରି ଲକ କରିଥିଲେ । ତାଙ୍କର ଜଣେ ସମ୍ପର୍କୀୟ ଚା ପିଇବାକୁ ଡ଼ାକିବାରୁ ବ୍ୟାଙ୍କ ସମ୍ମୁଖ ଚା ଦୋକାନକୁ ଯାଇଥିଲେ । ଚା ପିଇ ସାରି ବାଇକ ନିକଟକୁ ଆସିବା ସମୟରେ କେହି ଜଣେ ଲୁଟେରା ଡ଼ିକି ଭାଙ୍ଗି ୪୯ ହଜାର ଟଙ୍କା ଲୁଟ ନେଇଥିଲା । ଅପରାହ୍ନରେ ପରସରାମ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସଦର ଥାନାରେ କେଶ ନଂ ୧୨/୨୦୨୦ରେ ମାମଲା ରୁଜୁ କରିଥିଲେ । ଏସପି ବିନିତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଦର ଆଇଆଇସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ ହୋଇଥିଲା । ଏହି ପୁଲିସ ଟିମ ତଦନ୍ତ କରି ଲୁଟେରା ଗ୍ୟାଙ୍ଗର ଜଣେ ଲୁଟେରାଙ୍କୁ ସଦର ପୁଲିସ ସହର ଭିତରେ କାବୁ କରିବାରେ ସକ୍ଷମ ହୋଇଥିଲେ । ତାଙ୍କୁ ଗିରଫ କରି ପୁଲସି ତଦନ୍ତ ଆରମ୍ଭ କରିଥିଲା । ଗଂଜମା ଜିଲ୍ଲା ଆସ୍କା ଥାନା ଧୁନକୁନି ଗାଁର କରନ, ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନା ବିକେବାହାରା ଗାଁର କରନ ନେତାମ ଓ କାର୍ତ୍ତିକ, ଭିମଖୋଜ ଥାନା ସଦର ଗାଁର ସଚିନ ଧ୍ରୁଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କ ଠାରୁ ୧.୩ ଲକ୍ଷ ନଗଦ, ୫ ତୋଲା(୬୦ ଗ୍ରାମ) ସୁନା, ୧.୮ କେଜି ରୁପା, ୨୩ଟି ମୋବାଇଲ ଫୋନ, ଏକ ନମ୍ବର ବିହିନ ନୁଆଁ ମୋଟର ସାଇକେଲ, ୬ଟି ଡିକି ଖୋଳିବା ମାଷ୍ଟର ଚାବି, ୫ଟି ମାରଣାସ୍ତ୍ର ଜବତ କରିଥିଲେ । ସେମାନେ ନୂଆପଡ଼ା ଜିଲ୍ଲା ସମେତ ବରଗଡ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଲୁଟ କରି ଆସୁଥିଲେ । ତାଙ୍କ ନାଁରେ ଖଡ଼ିଆଳ, ଜୋଙ୍କ, ସିନାପାଲି, କୋମନା, ବରଗଡ଼ ଜିଲ୍ଲାର ପାଇକମାଲ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା । ଏବେ ଏହି ସବୁ ମାମଲାର ତଦନ୍ତ ଜାରି ରହିଛି । ଅଅଜି ସମସ୍ତଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ଆହୁତ ସମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ । ଏଠାରେ ଏଏସପି ସୁନିଲ ଆଚାର୍ଯ୍ୟ, ନୂଆପଡ଼ା ଏସଡିପିଓ ପ୍ରସନ୍ନ  ପଟ୍ଟନାୟକ, ଖଡ଼ିଆଳ ଏସଡିପିଓ ବିରଂଚି  ନାରାୟଣ ଦେହୁରୀ, ସଦର ଆଇଆଇସି ଆଦିତ୍ୟ କୁମାର ମହାକୁଡ ଉପସ୍ଥିତ ଥିଲେ ।      

0
0
0
s2sdefault