ହେଡଲାଇନସ୍:

ନୃସିଂହନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସିଲା ଅନେକ ପ୍ରସ୍ତାବ 

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ସଚେତନ ନାଗରିକ

ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ଗୌରାଙ୍ଗ ଚରଣ ଦାସ:-  ଗତ ସପ୍ତାହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପବିତ୍ର ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତି କରଣ ପାଇଁ ଏକ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଆସି ଏହି ଅନୁଦାନ ଟଙ୍କା  କିଭଳି ଭାବରେ କେଉଁ କାମ ପାଇଁ ଖର୍ଚ୍ଚ ହେବ ସେ ବିଷୟରେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ଅଧିକାରୀ ମାନଙ୍କର ସହିତ ଆଲୋଚନା କରିଥିଲେ । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ,ମନ୍ଦିରର ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର ,  ମନ୍ଦିରର ନିର୍ବାହୀ , ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ରେଞ୍ଜର ଶ୍ରୀ ଗିରିଧାରୀ ପ୍ରଧାନ , ଉପଖଣ୍ଡ ସୂଚନା ଅଧିକାର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ,ବିଏସଏସଓ  ଶ୍ରୀ ରଜନୀକାନ୍ତ ବହିଦାର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ପ୍ରଥମେ ମନ୍ଦିର ସେବାୟତ ଓ ପ୍ରଶାସକ ମାନଙ୍କର ସହିତ ଆଲୋଚନା କରିଥିଲେ ।

ମୁଖ୍ୟତଃ ନୃସିଂହନାଥ ଅଂଚଳରେ ପାଣିର ସୁବ୍ୟବସ୍ଥା ନିମନ୍ତେ ଏକ ଓଭର ହେଡ ଟ୍ୟାଙ୍କ  ନିର୍ମାଣ , ତୀର୍ଥ ଯାତ୍ରୀ ମାନଙ୍କର ନିମନ୍ତେ ଏକ ସୁନ୍ଦର ପ୍ରତୀକ୍ଷାଳୟ  ନିର୍ମାଣ , ମନ୍ଦିରର ଚାରିପାଖର ସୌନ୍ଦର୍ଯ୍ୟକରଣ, ଏକ ସୁନ୍ଦର ଓ ବ୍ୟବସ୍ଥିତ ପିକନିକ ସ୍ପଟ ନିର୍ମାଣ , ଦୋକାନୀମାନଙ୍କର ପାଇଁ ସ୍ୱତନ୍ତ୍ର ଭେଣ୍ଡିଙ୍ଗ ଯୋନ ନିର୍ମାଣ ଓ ପାଇକମାଲରୁ ନୃସିଂହନାଥ ପର୍ଯନ୍ତ ରାସ୍ତାର ସୌନ୍ଦର୍ଯ୍ୟ କରଣ ଉପରେ ଆଲୋଚନା ହେଇଥିଲା । ଜିଲ୍ଲାପାଳ ଶ୍ରୀ ପ୍ରଧାନ କାର୍ଯନିର୍ବାହୀ ଅଧିକାରୀ ଙ୍କୁ ହେବାକୁ ଥିବା କାମ ପାଇଁ ଏକ ସୁଚିନ୍ତିତ ପ୍ଲାନିଂ ଖୁବ ଶୀଘ୍ର କରିବା ପାଇଁ ଆଦେଶ ଦେଇଥିଲେ । 

0
0
0
s2sdefault