ହେଡଲାଇନସ୍:

 ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧତାରେ ଆଉ ପାଦେ ଆଗକୁ ବଢିଲେ ସରକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟରେ ଏସଏଚଜିମାନଙ୍କ ପାଇଁ ଖୋଲିବ ନୂଆ ବିଭାଗ  "ମିଶନ ଶକ୍ତି ବିଭାଗ" 

ମହିଳାଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ଆମର ପ୍ରାଥମିକତା : ନବୀନ

ଭୁବନେଶ୍ୱର( ଶାସକ ପ୍ରଶାସକ) :  ଆମ ସରକାରରେ ମହିଳା ମାନଙ୍କ ସାମଗ୍ରିକ ବିକାଶ ସର୍ବୋପରି ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସ କରି ଆସିଛନ୍ତି | ଆଗକୁ ଏହା ଜାରି ରହିବ | ମହିଳାମାନଙ୍କ ବିକାଶ ପାଇଁ ଆମ ପ୍ରତିବଦ୍ଧତାକୁ ଆହୁରି ବଳିଷ୍ଠ କରିବା ପାଇଁ ମୋ  ସରକାରରେ ସ୍ଵୟଂସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯିବ  | ତାହାର ନା ରହିବ ମିଶନ ଶକ୍ତି ବିଭାଗ | ଆଉ ଏହା ରାଜ୍ୟର ମହିଳାମାନଙ୍କପାଇଁ ଉତ୍ସର୍ଗୀତ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଘୋଷଣା କରିଛନ୍ତି | 

ବିଶ୍ୱ ମହିଳା ଦିବସ ପାଳନ ଅବସରରେ  ଲୋକସେବା ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ " ଆଜି ବିଶ୍ୱ ମହିଳା ଦିବସ | ମୁଁ ଖୁସି ଯେ ଓଡିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ | ବିକାଶର ସବୁ କ୍ଷେତ୍ରରେ ଆମ ମା ମାନେ ଆଜି ଆଗରେ | ଆମ ମା ମାନଙ୍କର ସଂଗ୍ରାମ, ଆତ୍ମବିଶ୍ୱାସ ଓ ସଫଳତା ଆମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି | ୭୦ ଲକ୍ଷ ମା ମାନଙ୍କୁ ନେଇ ମିଶନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଂଚାୟତିରାଜରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଜି ମା ମାନଙ୍କୁ ସାମାଜିକ ଓ ଆର୍ଥିକ ଦିଗରୁ ସଶକ୍ତ କରିଛି | କ୍ରୀଡା ଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା ମାନଙ୍କର ସଫଳତା ଉତ୍ସାହଜନକ | ଓଡିଶା ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି | ଚଳିତ ବର୍ଷ ଆମେ ପ୍ରଥମ ଥର ପାଇଁ ପୌଷ୍ଟିକ ବା ନ୍ୟୂଟ୍ରେସନ ବଜେଟ ଆଣିଛୁ | ମା ଶିଶୁମାନଙ୍କ ନ୍ୟୂଟ୍ରେସନ ଉପରେ ଏହା ଫୋକସ କରିବ |"  

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି "ଚଳିତ ବର୍ଷର ଥିମ "ଆଇ ଆମ ଜେନେରେସନ ଇକୟୁଆଲିଟି :  ରିଏଲାଇଜିଙ୍ଗ ଓମେନସ ରାଇଟ" | ଓଡ଼ିଶାର ଝିଅ ଓ ମା ମାନେ ବିଭିନ୍ନ କ୍ଷେତ୍ରରେ ସୁନାମ ହାସଲ କରିଛନ୍ତି ଦୂତି ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସଙ୍କ ପରି ମହିଳା ମାନେ ଦେଶ ବିଦେଶରେ ଓଡିଶା ପାଇଁ ଗୌରବ ଆଣିଛନ୍ତି | ମହିଳା ସଶକ୍ତିକରଣ କ୍ଷେତ୍ରରେ ଏମାନେ ସାରା ଦେଶ ପାଇଁ ପ୍ରେରଣା ପାଲଟିଛନ୍ତି | ମା ମାନଙ୍କର ଅଧିକାର, ହକ  ଓ କଲ୍ୟାଣ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧତାର ସହ କାର୍ଯ୍ୟ କରୁଛି ଓ କରିଚାଲିଥିବ | ମୁ ଆଜି ଏଠି ଗୋଟିଏ ଘୋଷଣା କରିବାକୁ ଚାହୁଁଛି | ମୋ  ସରକାରରେ ସ୍ଵୟଂସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ଵିଭକ ସୃଷ୍ଟି ହେବ | ତାହାର ନା ରହିବ ମିଶନ ଶକ୍ତି ବିଭାଗ | ଆଉ ଏହା ରାଜ୍ୟର ମହିଳାମାନଙ୍କପାଇଁ ଉତ୍ସର୍ଗୀତ ରହିବ" ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ | 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଟୁକୁନି ସାହୁ, ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା,  ବିଭାଗୀୟ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଉପଦେଷ୍ଟା ସୁଲତା ଦେଓ,ଉନ୍ନୟନ କମିଶନର, ବିଭାଗୀୟ ସଚିବ, ମିଶନ ଶକ୍ତି ନିର୍ଦ୍ଦେଶିକା ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ତିନୋଟି ଶ୍ରେଷ୍ଠ ଆଇସିଡିଏସ ମୟୁରଭଞ୍ଜ, ଢେଙ୍କାନାଳ ଓ ଗଜପତି, ଶ୍ରେଷ୍ଠ ଏସଏଚଜି, ଶ୍ରେଷ୍ଟ ଅଙ୍ଗନବାଡି କର୍ମୀ ଓ ବ୍ୟାଙ୍କର ଭାବେ ଷ୍ଟେଟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ ଓଡିଶା ଗ୍ରାମ୍ୟବ୍ୟାଙ୍କ କୁ ସମ୍ମାନିତ କରିଥିଲେ |    

0
0
0
s2sdefault