ହେଡଲାଇନସ୍:

ନବୀନ ଖେଳିଦେଲେ କୁଡ଼ୁମୀ କାର୍ଡ : କୁଡୁମୀ ଖୁସ, ମୟୁରଭଞ୍ଜ ବି  ଖୁସ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତୃଣମୂଳରୁ ସଂସଦ ଭବନ : ରାଜ୍ୟସଭା ଯିବେ ନଙ୍ଗଲବେଣ୍ଟାର ମିନି   

"ଜିଲ୍ଲାର ସବୁ ସମସ୍ୟା ସହ ଯୋଡି ହୋଇ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବୀ " : ମମତା 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ଖାଲି ହେଉଥିବା ୪ ରାଜ୍ୟସଭା ଆସନ ନିମନ୍ତେ ମାର୍ଚ୍ଚ ୨୬ରେ  ନିର୍ବାଚନ ହେବ । ଏଥି ନିମନ୍ତେ ନିର୍ବାଚନ କମିଶନ ପକ୍ଷରୁ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଦାଶରଥୀ ଶତପଥୀ ମାର୍ଚ୍ଚ ୬ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି । ଏହାପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇ ଶଙ୍ଖାଧିପତି ତଥା ମୁଖ୍ୟମନ୍ତ୍ରୀ ନବୀନ ୪ଟି ଯାକ ଆସନ ପାଇଁ ଆଞ୍ଚଳିକତା ଭିତ୍ତିରେ ଦଳୀୟ  ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଚତୃର୍ଥ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାରୁ  ପଛୁଆ ବର୍ଗର ପ୍ରାର୍ଥୀନୀ ତଥା ଗତ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧୀନରେ  ୩୪ ନମ୍ବର ଜୋନ ବିଶୋଇ ସଦସ୍ୟା ଭାବେ କାର୍ଯ୍ୟ କରିଆସିଥିବା ମମତା ମହାନ୍ତ ଓରଫ ମିନିଙ୍କ ଉପରେ ଆସ୍ଥା ପ୍ରକଟ ପୂର୍ବକ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । 

ନାମ -ମମତାମହାନ୍ତ

 ଗ୍ରାମ-ନଙ୍ଗଲବେଣ୍ଟା, 

ପଞ୍ଚାୟତ-ପୋଷୁରିଆ,

ବ୍ଲକ-ବିଶୋଇ ,

ବର୍ଗ -ପଛୁଆ ବର୍ଗର ମହିଳା(କୁଡୁମୀ)

ଶିକ୍ଷା :ଭଞ୍ଜପୁର ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ 

       ଶ୍ରୀମା ମହିଳା ମହାବିଦ୍ୟାଳୟରୁ ସ୍ନାତକ 

ରାଜନୈତିକ ଯୋଗ୍ୟତା : ୨୦୧୨ରୁ ୨୦୧୭ ଜିଲ୍ଲା ପରିଷଦ ସଭ୍ୟା

                          ସମ୍ପ୍ରତ୍ତି ବିଜେଡି ସାଂଗଠନିକ ଜିଲ୍ଲାରେ ମହିଳା ସ୍ୱାଭାବିନେତ୍ରୀ 

 ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ମମତାଙ୍କୁ ସଂସଦକୁ ପଠାଇ ଦଳର ଦଳରେ ତୃଣମୂଳସ୍ତରରେ ଦକ୍ଷତାର ସହିତ କାର୍ଯ୍ୟ କରୁଥିବା ହାଇକମାଣ୍ଡଙ୍କ ନଜର ରହିଛି ଏବଂ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କଲେ ସମସ୍ତଙ୍କୁ ପଛକୁ ଠେଲି ଆଗକୁ ମାଡ଼ି ଯିବାର ସୁଯୋଗ ଯୋଗାଇ ଦେବାର ଦଳୀୟ ନେତା ଓ କର୍ମୀମାନଙ୍କୁ ବାର୍ତ୍ତା ଦେଇଛନ୍ତି ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ । 

            ପ୍ରକାଶ ଥାଉକି, ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଥିବା ମୟୂରଭଞ୍ଜ ଜିଲ୍ଲାରୁ ସାଂସଦ ସରୋଜିନୀ ହେମ୍ବ୍ରମ, ନରେନ୍ଦ୍ର ସ୍ୱାଇଁ, ଅନୁଭବ ମହାନ୍ତି ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ପୂରଣ ହେବ । ଏମାନଙ୍କ ସ୍ଥାନରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନୁଆ ମୁହଁ ଦେଖିବାକୁ ମିଳିବ ଅଥବା ଦଳୀୟ ସାଂସଦମାନଙ୍କ ମଧ୍ୟରୁ କାହାକୁ ପୁଣି ଥରେ ପଠାଇବେ ତାହାକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଜୋର ଧରିଥିଲା । ଏଥି ସହିତ ରାଜ୍ୟସଭାକୁ ଯିବା ନିମନ୍ତେ ଦଳରେ ଆଶାୟୀମାନଙ୍କ ତାଲିକା ମଧ୍ୟ କମ ନ ଥିଲା । ଆଶାୟୀମାନେ ମଧ୍ୟ ଲବି ଆରମ୍ଭ କରିଦେଇଥିଲେ । ସମସ୍ତ ଅଙ୍କକଷାକୁ ଭୂଲ ପ୍ରମାଣିତ କରାଇ ଆଜି ଅପ୍ରତ୍ୟାଶିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟସଭା ନିମନ୍ତେ ୪ ଜଣ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି । କିନ୍ତୁ ଦଳୀୟ ବିଧାୟକମାନଙ୍କ ସଂଖ୍ୟା ଦୃଷ୍ଟିରୁ  ୩ ଜଣ ରାଜ୍ୟସଭାକୁ ନିର୍ବାଚିତ ହେବା ସିନିଶ୍ଚିତ ରହିଥିବା ବେଳେ ଚତୃର୍ଥ ପ୍ରାର୍ଥୀଙ୍କ ଭାଗ୍ୟ ପରବର୍ତ୍ତି ସମୟରେ ଜଣାପଡ଼ିବ । 

          ତେବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା ଅନୁସାରେ ମୟୂରଭଞ୍ଜ ଜିଲ୍ଲାରୁ ରାଜ୍ୟସଭା ପ୍ରାର୍ଥୀ ହେବାକୁ ଯାଉଥିବା ବାବୁରାମ ମହାନ୍ତଙ୍କ କନ୍ୟା ମମତା ମହାନ୍ତଙ୍କ ପୈତୃକ ବାସସ୍ଥାନ ସାରସକଣା ବ୍ଲକର ଉମାଦେଇପୁର ପଞ୍ଚାୟତ ଅଧୀନରେ ଥିବା ଝରଣସାହି(କାଣିମହୁଲି) ଗ୍ରାମରେ ହୋଇଥିବା ବେଳେ ବାରିପଦାରେ ରହି ଭଞ୍ଜପୁରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ଶିକ୍ଷା ଓ ଶ୍ରୀମା ମହିଳା ମହାବିଦ୍ୟାଳୟରେ +୨ ଓ +୩ ରେ ଅଧ୍ୟୟନ କରିଥିଲେ । ମିନି ଓରଫ ମମତା ବାପା ଓ ମା’ଙ୍କ ଶେଷ ତଥା ସପ୍ତମ ସନ୍ତାନ ହୋଇଥିବା ବେଳେ ତାଙ୍କୁ ମିଶାଇ ୪ ଭଉଣୀ ଓ ୩ ଭାଇ ରହିଛନ୍ତି । ପରବର୍ତ୍ତି ସମୟରେ ବିଶୋଇ ବ୍ଲକ ପୋଖରୀଆ ପଞ୍ଚାୟତ ନଙ୍ଗଳବେଣ୍ଟା ଗ୍ରାମର ବିଜୟ କୁମାର ମହାନ୍ତଙ୍କ ସହିତ ସାଂସାରୀକ ଜୀବନ ଆରମ୍ଭ କରିଥିଲେ  ଏବଂ ତାଙ୍କର ନିତିକ ମହାନ୍ତ ନାମରେ ଏକ ପୁତ୍ର ସନ୍ତାନ ରହିଛନ୍ତି । ରାଜନୀତି ଉପରେ ବିଶେଷ ଆଗ୍ରହ ରହିଥିବାରୁ ୨୦୧୧ରେ ରାଜନୀତିରେ ପାଦଥାପି ୨୦୧୨ ଜିଲ୍ଲାପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । 

            ମୟୂରଭଞ୍ଜ ଜିଲ୍ଲାରେ ବହୁତ କିଛି ସମସ୍ୟା ରହିଛି । ମୟୂରଭଞ୍ଜ ଜିଲ୍ଲାର ସାମଗ୍ରୀକ ବିକାଶ କହିତ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ କାର୍ଯ୍ୟ କରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମ ଘୋଷଣା କରିଛନ୍ତି ତାହାକୁ ପାଥେୟ କରି ଆଗକୁ କାର୍ଯ୍ୟ କରିବେ ବୋଲି ଆମ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଫୋନ ମାଧ୍ୟମରେ ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ । ଏଥି ସହିତ କୁଡ଼ୁମୀ ସମ୍ପ୍ରଦାୟ ଅନୁସୂଚିତ ଜନଜାତି ତାଲିକାରେ ସାମିଲ ନିମନ୍ତେ ଚଳାଇ ଆସିଥିବା ଆନେ୍ଦାଳନକୁ ରାଜ୍ୟସଭାରେ ଉତ୍ଥାପନ କରାଇବେ କି ନାହିଁ ପ୍ରଶ୍ନକୁ ଉଡ଼ାଇ ଦେଇଥିଲେ । 

          ତେବେ ଗତ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ିର ଦୁର୍ଗ କୁହାଯାଉଥିବା ମୟୂରଭଞ୍ଜ ଜିଲ୍ଲାରେ ଶକ୍ତ ଧକ୍କା ମିଳିଥିଲା । ମୟୂରଭଞ୍ଜ ଲୋକସଭା ଆସନ ସହିତ ଜିଲ୍ଲାର ୯ ବିଧାନସଭା ଆସନରୁ ୬ଟି ବିଜେପି ଖାତାକୁ ଚାଲିଯାଇଥିଲା । ନିର୍ବାନରେ ଭାଜପା ଝୁଲାକୁ ୩୯.୪୫ ପ୍ରତିଶତ ହାରରେ ୫,୫୭,୧୮୨ ଖଣ୍ଡ ଭୋଟ ଯାଇଥିବା ବେଳେ ବିଜେଡ଼ିକୁ ୩୭.୮୩ ପ୍ରତିଶତ ହାରରେ ୫,୩୪,୩୧୮ ଖଣ୍ଡ ଭୋଟ ମିଳିଥିଲା । ଭାଜପା ଅନୁସୂଚିତ ଜନଜାତି  କାଡର଼୍ ଖେଳି  ଜିଲ୍ଲାରୁ  ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଦୈ୍ରାପଦୀ ମୁର୍ମୁଙ୍କୁ ରାଜ୍ୟପାଳ ଓ ଗିରିଶ ମୁର୍ମୁଙ୍କୁ  ଉପରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ସମୟରେ କୁଡ଼ୁମୀ ସମ୍ପ୍ରଦାୟ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ରକୁ ସୁପାରିଶ ନ କରିବା ଫଳରେ କୁଡ଼ୁମୀମାନେ ବିଜେଡ଼ିର ହାତ ଛାଡ଼ି ଦେଇଥିଲେ । ଫଳରେ ନିର୍ବାଚନରେ ବିଜେଡ଼ିକୁ ଶକ୍ତ ଧକ୍କା ପହଁଞ୍ଚିଥିଲା । ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଜ୍ୟସଭା କାଡର଼୍ କୁଡ଼ୁମୀ ସମ୍ପ୍ରଦାୟକୁ କେତେଦୂର ଆପଣେଇ ନେବାରେ ସହାୟକ ହେବ ତାହା ପରବର୍ତ୍ତି ସମୟ ହିଁ କହିପାରିବ । ହେଲେ ମମତାଙ୍କୁ  ସଂସଦ ପଠାଇ କୁଡୁମି କାର୍ଡ ଖେଳିଥିଲେ ବି ଆଉ ଗୋଟିଏ ବାର୍ତ୍ତା ଦେଇଛନ୍ତି ଯେ   ଦଳର ତୃଣମୂଳ କର୍ମୀଙ୍କ ଉପରେ ଦଳ ନଜର ରଖିଛି, ଆଉ ନିଷ୍ଠାର ସହ କାମ କଲେ ନିଶ୍ଚିତ ଉଡିବାର ସୁଯୋଗ ଯୋଗାଇ ଦେବ ଦଳର ବାର୍ତ୍ତା ଦେଇଛନ୍ତି | 

 

0
0
0
s2sdefault