ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ହୋଲି ଖେଳିବେ ନାହିଁ । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଧାଡ଼ିକିଆ ସୂଚନା ଦିଆ ଯାଇଥିବା ବେଳେ ତେବେ କରୋନା ଭାଇରସକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି କି ଅନ୍ୟ କେଉଁ କାରଣରୁ ତାହା ସ୍ପଷ୍ଟ ହୋଇନାହିଁ | ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ |
ସେପଟେ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହୋଲି ଖେଳିବେନି ବୋଲି ନିକଟରେ ଟୁଇଟ କରି କହିଥିଲେ । ଭିଡ଼ରୁ ବା ଗହଳି ବା ସୋସିଆଲ କଣ୍ଟାକ୍ଟରୁ ଦୁରେଇ ରହିବା ପାଇଁ ପ୍ରଧାନମନ୍ତ୍ରୀ ଟୁଇଟରେ ପରାମର୍ଶ ଦେଇଥିଲେ କରୋନା ପରିପ୍ରେକ୍ଷୀରେ |