ହେଡଲାଇନସ୍:

ସିନାପାଲ୍ଲୀ ବ୍ଲକରେ ପଂଚାୟତ ରାଜ ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲ୍ଲୀ (ନିରାକାର ମେହେର) : ଆଧୁନିକ ଓଡିଶା ର ନିର୍ମାତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104ତମ ଜନ୍ମ ଦିବସ  ଅବସରରେ ନୂଆପଡା ଜିଲ୍ଲା ସିନାପାଲି ପଂଚାୟତ ସମିତି ସଭା ଗୃହରେ ଗୁରୁବାର ପଂଚାୟତରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି |ସିନାପାଲି ବ୍ଲକ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ସଦାଶିବ ନାଏକଙ୍କ ଅଧ୍ୟକ୍ଷତା ସଭା ରେ ପଂଚାୟତ ସମିତି ଅଧ୍ୟକ୍ଷ୍ୟା ତପସ୍ୱିନୀ ମାଝୀ, ଉପାଧ୍ୟକ୍ଷ କିଶୋର କୁମାର, ସହକାରୀ ଯନ୍ତ୍ରୀ ଅନନ୍ତରାମ ନାଏକ ମଂଚାସୀନ ଥିଲେ | ସଭା ପ୍ରାରମ୍ଭରେ ଟିମନପୁର ଗ୍ରାମ ପଂଚାୟତ ଗ୍ରାମ ରୋଜଗାର ସେବକ ରୂପେଶ ଚନ୍ଦ୍ର ମେହେର ସମସ୍ତ ଙ୍କୁ ସୁସ୍ୱାଗତ ଜଣାଇବା  ସହ ଅତିଥି ପରିଚୟ ପ୍ରଦାନ କରିଥିଲେ !ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜାତି ର ଜନକ ମହାତ୍ମାଗାନ୍ଧୀ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପନ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା | ଏହା ପରେ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ଓଡିଶା ସରକାର ଙ୍କ ତରଫରୁ କାର୍ଯ୍ୟକରି ହେଉଥିବା ବିଭିନ୍ନ ଲୋକ ଭିମୁଖୀ ଯୋଜନା ସମ୍ପର୍କ ରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ | ଏହା ସହିତ୍ 5-ଟି  କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସମସ୍ତ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧି, ମହିଳା ସ୍ୱୟଂଙ୍କ ସହାୟକ ଗୋଷ୍ଟି ଙ୍କୁ ସହ ଯୋଗ କରିବା ପାଇଁ ଅନୁରୋଧ କରିଥିଲେ | 4ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ଶେଷ କରିଥିବା, ଚଟିଆଗୁଡାର ସଦାନନ୍ଦ ଲୁହାର, ଗଣ୍ଡାବାହାଲିର ଜିତ କଟା, ଗୋର୍ଲାର ଉଜ୍ଜଳ ବାଗ, ଲକ୍ସମନ ବାଗ, ଗଣପତି ନାଗ, ରାମେଶ୍ୱର ଚିନାଗୁନ, ଓ ବନବିହାରୀ ସହିସ ଙ୍କୁ ସିନାପାଲି ଗ୍ରାମ ପଂଚାୟତରେ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା | ସେହିପରି ଜିଓଟେକ ବିଶିକେଶନ ବୈଠାରୁ, ଗ୍ରାମ ରୋଜଗାର ସେବକ ପ୍ରକାଶଚନ୍ଦ୍ର ଦଣ୍ଡ ସେନା କନିଷ୍ଟ ଯନ୍ତ୍ରୀ ମିନାକ୍ଷୀ ମିଶ୍ର  ମନରେଗାରେ 2 ଶହ ଦିନ କାର୍ଯ୍ୟ କରିଥିବା ଶ୍ରମିକ ତୁଳସେ ବେୱା, ଅଖିଳ ଚିନ୍ଦ, ଲଛମନ ଚିନ୍ଦ, ପତି ରାମ ମାଝୀ, ର ଘାଟମାଲ | ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଦେବଦତ୍ତ ସୁତାର, ଜିପିଇଓ  ସନାତନ ପଣ୍ଡା, ଏସଇଓ  ଦୁର୍ଯ୍ୟୋଧନ ବିଶି ସମେତ ସମସ୍ତ ସମିତି ସଭ୍ୟ ଓ ସଭ୍ୟା, ମହିଳା ସ୍ୱୟଂଙ୍କ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ |

 

0
0
0
s2sdefault