ହେଡଲାଇନସ୍:

ଜଗନ୍ନାଥଙ୍କ  ବିଗ୍ରହ ନିର୍ମାଣ ପାଇଁ ଦାରୁଛେଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) ଓଡ଼ଗାଁ ବ୍ଲକ କୋରପିଠା ଗ୍ରାମରେ ବିରାଜିତ ଶ୍ରୀ ଜଗନ୍ନଥ ମହାପ୍ରଭୁଙ୍କ ନୂତନ ବିଗ୍ରହ ନିର୍ମାଣ ଲାଗି ଦାରୁ ଚୟନ ଓ ଛେଦନ କର୍ମ ଅନୁଷ୍ଠିତ  ହୋଇଯାଇଛି । ପୁରୀ ଶ୍ରୀମନ୍ଦିରର ବରିଷ୍ଠ  ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଦାରୁ ଚିହ୍ନଟ କରିବା ପରେ ଶୁକ୍ରବାର ଦିନ ପଣ୍ଡିତ ଗୋଦାବରିଶ ହୋତାଙ୍କ ନେତୃତରେ ବୈଦିକ ବ୍ରହ୍ମଣ ମାନଙ୍କ ଦ୍ୱାରା ଯଜ୍ଞାଦି ହୋମକାର୍ଯ୍ୟ ସମ୍ପାଦନ କରିବା ପରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା । କୋରପିଠା, ଗୋଡିପାଟଣା, କଣମରେଇ ସାହି, କୁଟୁଣି ଆଦି ଗ୍ରାମ ମାନଙ୍କରୁ ଆସିଥିବା ସଂକୀର୍ତ୍ତନ  ଦଳ ମାନଙ୍କର ହରିନାମ କିର୍ତନ ଏବଂ ଖୋଳ ତାଳ ହରିବୋଲ ହୁଳ ହୁଳି ଶବ୍ଦରେ ଦାରୁ ସଂଗ୍ରହ କାର୍ଯ୍ୟ ସମାପନ ହୋଇଥିଲା । ପ୍ରାୟ ୨ଶହ ବର୍ଷ ପୂର୍ବେ କୋରପିଠାର ର ସାମନ୍ତ ରାଜା ସ୍ୱର୍ଗତ ଜଗନ୍ନାଥ  ଦେବଙ୍କ ସମୟରୁ ପୂଜାପାଇ ଆସୁଥିବା ବିଗ୍ରହ ଜରାଜୀଣ୍ଣ  ଅବସ୍ଥାକୁ ଆସିବାରୁ ନୂତନ ବିଗ୍ରହ ପାଇଁ ଗୋଡିପାଟଣା ଗ୍ରାମର ମାର୍କଣ୍ଡ ଜେନାଙ୍କ ବାଡିରୁ ଦାରୁଛେଦନ କରାଯାଇଥିଲା ।   

     

0
0
0
s2sdefault