ହେଡଲାଇନସ୍:

ନକଲି କଲେଜ ଠକେଇ ଘଟଣା, ଅଧକ୍ଷ୍ୟ ଗିରଫ : ଅନ୍ଧାରରେ ପିଲାଙ୍କ ଭବିଷ୍ୟତ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରମାକାନ୍ତ ବିଶ୍ବାଳ/ ସମ୍ବଲପୁର: ସମ୍ବଲପୁର ଧନୁପାଲୀ ଚରଭାଟି ଅଂଚଳରେ ଏକ ନକଲି ଯୁକ୍ତଦୁଇ କଲେଜ ପରିଚାଳନା କରୁଥିବା ଅଧକ୍ଷ୍ୟ ଙ୍କୁ ପୋଲିସ ଗିରଫ କରିଛି l ଯମୂନାଦେବୀ ନାମକ ଏକ ନକଲି  କଲେଜ ପରିଚାଳନା ହେଉଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ଜିଲ୍ଲାପାଲ ଙ୍କ ଠାରେ ଅଭିଯୋଗ କରିବା ପରେ ଏହି ଘଟଣା ର ପର୍ଦାଫାଶ ହୋଇଛି l 

ସମ୍ବଲପୁର ଚାରଭାଟି ଅଂଚଳରେ ଏକ ଭଡାଘରେ 2017 ମସିହାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର ବିନା ଅନୁମତି ରେ ଯମୂନାଦେବୀ ନାମକ ଏକ ଘରୋଇ ନକଲି ଯୁକ୍ତଦୁଇ କଲେଜ ଖୋଲାଯାଇ ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ଯାଇଥିଲା l ପ୍ରଥମ ବ୍ୟାଚ ରେ 27ଜଣ ଓ ଦ୍ୱିତୀୟ ବ୍ୟାଚ ରେ 25ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଥିଲେ l ବିନା ପରୀକ୍ଷା ରେ ପାସ ହୋଇଯିବ ବୋଲି ସେମାନଂକୁ କୁହା ଯାଇଥିବାରୁ 36 ହଜାର ଟଙ୍କା ଦେଇ ସେମାନେ ଆଡ଼ମିସନ କରିଥିଲେ l ମାତ୍ର 2019 ଶିକ୍ଷାବର୍ଷ ପରେ 2020 ପରକ୍ଷା ପୂର୍ବରୁ କଲେଜ ଅଧ୍ୟକ୍ଷ ଫେରାର ମାରିଥିଲେ l ଏଭଳି ଘଟଣା ରେ ମର୍ମାହତ ହୋଇ ଛାତ୍ର ଛାତ୍ରୀ ମାନେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି |

52ଜଣ  ଛାତ୍ର ଛାତ୍ରୀ ଙ୍କ ଭବିଶ୍ୟତ ଅନ୍ଧାର ହୋଇଥିବାରୁ ସେମାନେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେବାସହ କଲେଜ ଅଧ୍ୟକ୍ଷଙ୍କ ଗିରଫ ଦାବି କରିଥିଲେ l ଫେରାର ମାରିଥିବା ନକଲି କଲେଜ ଅଧ୍ୟକ୍ଷଙ୍କ ନାମ ତୁଷାର ବାରିକ ବୋଲି ଜଣା ପଡିବା ପରେ ସମ୍ବଲପୁର ପୋଲିସ ତାଙ୍କୁ ଗିରଫ କରି ପଚରା ଉଚରା କରୁଛି l ସମ୍ବଲପୁର ଏବଂ ଆଖପାଖ ଅଂଚଳରେ ଆହୁରି ଅନେକ ନକଲି କଲେଜ ଖୋଲିଥିବା ପୋଲିସ ଅନୁମାନ କରୁଛି l ଗିରଫ ନକଲି ଅଧ୍ୟକ୍ଷ ଙ୍କ ଚେର ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଅନୁମାନ କରୁଛି l

0
0
0
s2sdefault