ହେଡଲାଇନସ୍:

  ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ୨୦୨୦ ଉଦ୍ଘାଟିତ : ନୟାଗଡ଼ ସନରାଇଜ ଏବଂ ୭ଷ୍ଟାର ତୁଳସୀପୁର ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟର ଉଦଘାଟନୀ ଅପରାହ୍ନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୧ମ ମ୍ୟାଚରେ  ନନ୍ଦିଘୋର(ପେଟାପଲ୍ଲୀ)କୁ ୧୪-୧ ଓ ୧୪-୬ ପଏଂଟରେ ହରାଇ ନୟାଗଡ଼ ସନରାଇଜ୍ ବିଜୟ ହାସଲ କରିଥିବା ବେଳେ ଆଜିର ୨ୟ ମ୍ୟାଚରେ ୧୪-୩, ୪-୮ ଓ ୪-୧୪ ପଏଂଟରେ ଓଡ଼ଗାଁ ପାଠାଗାରକୁ ହରାଇ ୭ଷ୍ଟାର୍ ତୁଳସୀପୁରୁ ବିଜୟ ହାସଲ କରିଥିଲା । ଏଥର ସହିତ ଉଭୟ ବିଜୟୀ ଦଳ ୧ମ ସେମିଫାଇନାଲ ମ୍ୟାଚକୁ ଉତ୍ତୀର୍ଣ  ହୋଇଥିଲେ । ବୈଦେହୀଶ ପାଠାଗାରର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ସମ୍ପାଦକ ବିଭୁପ୍ରସାଦ ସାହୁ  ଟୁର୍ଣ୍ଣାମେଣ୍ଟକୁ  ଉଦଘାଟନ କରିଥିଲେ । ବିକାଶ କୁମାର ପଲ୍ଲେଇ, ଆଲୋକ କୁମାର ରାଉତ, ବିକାଶ ସାମନ୍ତରା ଓ ଟୁନା ପାଣିଗ୍ରାହୀ ମ୍ୟାଚ୍ ପରିଚାଳନା କରିଥିଲେ । ଶୁକ୍ରବାର ଅପରାହ୍ନରେ ୧ମ ମ୍ୟାଚ୍ ଲେଙ୍କୁଡିପଡା-କୋମଣ୍ଡ, ୨ୟ ମ୍ୟାଚ୍ ରଘୁନାଥ  ଆଥଲେଟିକ ଆସୋସିଏସନ ଓଡ଼ଗାଁ-ନୟାଗଡ଼ ପ୍ରେସ ଫିଲ୍ଡ ମଧ୍ୟରେ ଅନୁଷ୍ଠିତ  ହେବ । ୭ ତାରିଖରେ୨ଟି ସେମିଫାଇନାଲ ପରେ ୮ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ବୈଦେହୀଶ ପାଠାଗାର ତରଫରୁ ପ୍ରକାଶ ।   

0
0
0
s2sdefault