ହେଡଲାଇନସ୍:

ଆମ ଗୁଡିଆର ବାହାଘର : ରାସ୍ତାକଡରେ ଅଲୋଡା ଥିଲା, ଆଜି ସାଜିଲା କାହା ଘରର ରାଣୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବାରିପଦା(ଦିଲ୍ଲୀପ ମହାନ୍ତି )- ବାହାଘରରେ ଆସି ନ ଥିଲା ବରଯାତ୍ରୀ , ପୁଣି ବାଜି ନ ଥିଲା ରୋଷଣୀ । ବାରିପଦା ପୌରପରିଷଦସ୍ଥିତ ରାଧାମୋହନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଏକ  ନିଆରା ବାହାଘର ଓ ଏହି ନିରାଡ଼ମ୍ବର ବାହାଘର ଯାହା ସମାଜ ପାଇଁ ପାଲଟି ଗଲା ଉଦାହରଣ ।

ଉକ୍ତ ବାହାଘରକୁ ଆୟୋଜନ କରିଛନ୍ତି ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଜିଲ୍ଲା ପ୍ରଶାସନ। ତେବେ ୨୦୧୭ ମସିହାରେ ଅସହାୟ ଅବସ୍ଥାରେ ଏକୁଟିଆ ବୁଲୁଥିବା ଜଣେ ଝିଅକୁ ବହଳଦାଠାରେ ଉଦ୍ଧାର କରିଥିଲେ ସ୍ଥାନୀୟ ପୋଲିସ । ଝିଅଟି ନିଜ ନାମ ଗୁଡ଼ିଆ ବୋଲି କହିଥିବା ବେଳେ ଅନ୍ୟ କିଛି ପରିଚୟ ଦେଇପାରି ନ ଥିଲା। ବହଳଦା ପୋଲିସ ଗୁଡିଆକୁ ଜିମା ଦେଇଥିଲା ବାରିପଦା ସହର ନିକଟବର୍ତ୍ତୀ ମୁନସି  ବନ୍ଧ ନିକଟରେ ଥିବା ଚାଇଲଡ଼  କେୟାର ଇନଷ୍ଟିଚ୍ୟୁଟରେ। ତେବେ ଝିଅଟି ଥିଲା ଅନାଥ , ବାପା କିମ୍ୱା ମା' ଙ୍କର କୌଣସି ନିର୍ଦିଷ୍ଟ ପରିଚୟ ଦେଇପାରି ନ ଥିଲା। ଫଳରେ ଚାଇଲଡ଼ କେୟାରର  ଚେୟାରପର୍ସନ  ପ୍ରଭାତୀ ମହାପାତ୍ର ଜିଲ୍ଲା ପ୍ରଶାସନ ସହାୟତାରେ ଝିଅଟିର ଲାଳନ ପାଳନ ଦାୟିତ୍ୱ ଗ୍ରହଣ କରିଥିଲେ। ମା' ଲଷ୍ମୀ ମହିଳା ସଂଗଠନ ପକ୍ଷରୁ ଉକ୍ତ ଝିଅଟିର ବାହାଘର ପାଇଁ ବରପାତ୍ର ଖୋଜା ଖୋଜି କପ୍ତିପଦା ଥାନା ପରାଶବଣି ଅଂଚଳ ଧୂମଖେଡି ଗ୍ରାମର  ବିରଞ୍ଚି ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର ବେଣୁଧରଙ୍କ ସହିତ ସ୍ଥିରୀକୃତ ହୋଇଥିଲା ଓ ଏଥିରେ ସହମତି ପ୍ରକାଶ କରିଥିଲା ଜିଲ୍ଲା ପ୍ରଶାସନ। ତେବେ ମଙ୍ଗଳବାର ଦିନ ଏହି ବାହାଘର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାମୟୀ ବିଶ୍ବାଳଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ମା ଲଷ୍ମୀ ମହିଳା ସଂଗଠନ ର ଚେୟାରପର୍ସନ  ପ୍ରଭାତୀ ମହାପାତ୍ର ଝିଅଟିର କନ୍ୟାଦାନ କରିଥିଲେ ଓ ନିଜର ସକ୍ଷ ଅନୁଯାୟୀ ଝିଅକୁ ଭାର ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ 50 ହଜାର ଟଙ୍କାର ସୁନା ଗହଣା ଦିଆ ଯାଇଥିଲା। ଏହି ବାହାଘରରେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ସଖ୍ୟମତା ଅନୁଯାୟୀ ସାହାଯ୍ୟ କରିଥିଲେ। ତେବେ ଏପରି ଏକ ନିଆରା ବାହାଘର ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଥିଲା।

0
0
0
s2sdefault