ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମୀଳନୀ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ବଳରାମ ମଲ୍ଲିକ ମୁଖ୍ୟ  ଅତିଥି ଭାବେ ଯୋଗଦେଇ ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବାରେ ଆଶା କର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସେହିପରି ଗାଁକୁ ସଫାସୁତୁରା ରଖିବା ଦିଗରେ ଗାଁ କଲ୍ୟାଣ ସମିତି ର ଯୋଗଦାନ ରହିଛି ବୋଲି ମତପ୍ରକାଶ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ସଭାରେ ଅଧ୍ୟକ୍ଷତା କରି ଗର୍ଭବତୀ ମାଁ ମାନେ ଯେଭଳି ସରକାରୀ ଅନୁଷ୍ଠାନରେ ପ୍ରସବ କରାଇବେ ସେ ଦିଗରେ ଆଶା କର୍ମୀ ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଗାଁ କଲ୍ୟାଣ ସମିତିକୁ ପ୍ରଦାନ କରାଯାଉଥିବା ଅର୍ଥ ରାଶିକୁ ଗାଁ ରେ ଆଲୋଚନା କରି ଠିକ୍ ଭାବରେ ଖର୍ଚ୍ଚ କରିବାକୁ ବୁଝାଇଥିଲେ । ଏଥିରେ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଡାକ୍ତର ନବକିଶୋର ବେହେରା, ହିମାଂଶୁ ରଞ୍ଜନ କର, ହିତେଶ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲାର ସୁସ୍ଥ ଗାଁ, ସୁସ୍ଥ ପଞ୍ଚାୟତ,  ଶ୍ରେଷ୍ଠ ଆଶାକର୍ମୀ ଅର୍ଥ ରାଶି ଦେଇ ସମ୍ମାନିତ କରାଯାଇଥିଲା ।

 

0
0
0
s2sdefault