ହେଡଲାଇନସ୍:

ଚମ୍ପାମାଳ ପଞ୍ଚଦୋଳ ଯାତ୍ରା ପାଇଁ ଭଷ୍ମାସୁର ବରଣ:ମୀନାବଜାର ସାଙ୍ଗକୁ ସଂସ୍କୃତି କାର୍ଯ୍ୟକ୍ରମ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ବୀରମହାରାଜପୁର ବ୍ଲକ ଚମ୍ପାମାଳ ସ୍ଥିତ ପ୍ରସିଦ୍ଧ ଚମ୍ପେଶ୍ଵର ମନ୍ଦିରଠାରେ ଆସନ୍ତା ୫ ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ଅବସରରେ   ଭଷ୍ମାସୁର ଦରବାର  ମଧ୍ୟ ଆୟୋଜିତ ହୋଇଛି । ଏଥିରେ ଭଷ୍ମାସୁର ଭୂମିକାରେ ଅଭିନୟ ନିମନ୍ତେ ବରିଷ୍ଠ କଳାକାର ମନୋରଂଜନ  ଚିରଗୁନଙ୍କୁ ଆୟୋଜକ କମିଟି ପକ୍ଷରୁ ବରଣ କରାଯାଇଛି । ଏହି ଅବସରରେ ଚମ୍ପାମାଳ ପଞ୍ଚଦୋଳ ଯାତ୍ରା କମିଟି ସଭାପତି ଲକ୍ଷ୍ମୀ ନାରାୟଣ ପୁରୋହିତ, ଉପଦେଷ୍ଟା କିଶୋର କୁମାର ହୋତା, ବିଶ୍ବନାଥ ଥନାପତି, ମନୋଜ କୁମାର ହୋତା, ଭୀଷ୍ମଦେବ ଥନପତି ,ଅକ୍ଷୟ ଥନାପତି , ଅବିନାଶ କର୍ଣ, ବିନି ମହାରଣା, ରୋହିତ ହୋତା, ବିବେକାନନ୍ଦ ପଣ୍ଡା, ଲୋକେଶ ହୋତା, ସଂପତ୍ତି ଥନାପତି, ଫଗୁ ଭୁକ୍ତା ଓ ଶ୍ରୀରାମ ବିଶି ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚଦୋଳ ଅବସରରେ ପ୍ରତ୍ୟେହ ରାମାୟଣ ପାରାୟଣ ମଧ୍ୟ  ଆୟୋଜିତ ହୋଇଥିବା ବେଳେ ଏଥିରେ ଦେବାଶିଷ ମିଶ୍ର ବ୍ୟାସ ଭାବରେ ରାମାୟଣ ପଠନ କରିବେ । ଏହା ସାଙ୍ଗକୁ ମୀନାବଜାର ଅନ୍ୟାନ୍ୟ  ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ  ଆୟୋଜିତ ହୋଇଥିବା  ଆୟୋଜିତ କମିଟି ଉପଦେଷ୍ଟା କିଶୋର କୁମାର ହୋତା ସୂଚନା ଦେଇଛନ୍ତି ।

 

0
0
0
s2sdefault