ହେଡଲାଇନସ୍:

"ଲୋକଙ୍କ ଇଛା, ମୋ ସରକାରର ପ୍ରାଥମିକତା" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଢୁଛି କଳେବର, ବ୍ୟାପକ ହେଉଛି "ମୋ ସରକାର" 

||ମୋ  ରାଜ୍ୟର ପ୍ରତି ନାଗରିକ ଯେମିତି ଗର୍ବରେ କହିବେ ବା ଅନୁଭବ କରିବେ "ବାସ୍ତବିକ ଏହା ମୋ ସରକାର", ଏ ଗୁରୁ ଦାୟିତ୍ୱ ଜଣେ ଜଣେ ପ୍ରଶାସକ ଭାବେ ଆପଣଙ୍କ ଉପରେ ନ୍ୟସ୍ତ ||

ଭୁବନେଶ୍ୱର : ସରକାର ହେଉଛି ଲୋକଙ୍କ ଇଛାର ପ୍ରତିଫଳନ | ଆଉ ଲୋକଙ୍କ ଅଭିଳାଷ ଓ ଆଶା ପୂରଣ କରିବା ପାଇଁ ହିଁ ସରକାର ଗଠନ ହୋଇଥାଏ | ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକ ହେଉଛନ୍ତି ଜୀବନୀ ଶକ୍ତି | ଲୋକଙ୍କ ସମ୍ମାନ ରକ୍ଷା କରିବା ସହ ସେମାନଙ୍କ ସେବା କରିବା ତଥା ସେମାନଙ୍କ ଇଛାକୁ ସମ୍ମାନ ଦେବା ପ୍ରଶାସକମାନଙ୍କ ପାଇଁ ସର୍ବାଦୌ ଅପରିହାର୍ଯ୍ୟ | ଲୋକଙ୍କ ସେବା କେବଳ ସ୍ଲୋଗାନରେ ନୁହେଁ, ବରଂ ସବୁକ୍ଷେତ୍ରରେ ଏହାକୁ ଏକ ସଂସ୍କୃତି ଭାବେ ପାଳନ ହେବ ଉଚିତ | ଲୋକଙ୍କ ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରିବା ବା ଲୋକମଙ୍କୁ ଭାବନା କୁ ସମ୍ମାନ ଦେଲେ ଜଣେ ପ୍ରଶାସକ ନିଜ ପାଇଁ ସମାନ ଓ ମର୍ଯ୍ୟାଦା ଅର୍ଜ୍ଜନ କରିପାରିବ , ଏବଂ ପ୍ରଶାସନ ଲୋକାଭିମୁଖୀ ହୋଇପାରିବ | ସାଧାରଣ ନାଗରିକ ଟିଏ  ସରକାରୀ ଦପ୍ତରକୁ ଯେ କୌଣସି କାମରେ ଆସିଥାଆନ୍ତୁ ନା କାହିଁକି ନିରାଶ ମନରେ ଫେରି ନ ଆସନ୍ତୁ । ଯେଉଁ କାମ ନେଇ ଆସିଥିଲେ ତାଙ୍କୁ ଉପଯୁକ୍ତ ଧ୍ୟାନ ଓ ସମ୍ମାନ ମିଳିଲା ବୋଲି ତାଙ୍କର ଅନୁଭବ ହେଉ । ତାଙ୍କ ମନରେ ବିଶ୍ୱାସ ହେଉ କି ସମୁଦାୟ ସରକାରୀ କଳ ଜନସାଧାରଣଙ୍କ କଲ୍ୟାଣ ପାଇଁ ହିଁ କାର୍ଯ୍ୟ କରୁଛି । ମୁଁ ଭାବୁଛି ଆପଣମାନେ ସମସ୍ତେ ମୋ କହିବାର ଉଦ୍ଦେଶ୍ୟ ବୁଝି ପାରିଥିବେ | ମୋ  ରାଜ୍ୟର ପ୍ରତି ନାଗରିକ ଯେମିତି ଗର୍ବରେ କହିବେ ବା ଅନୁଭବ କରିବେ "ବାସ୍ତବିକ ଏହା ମୋ ସରକାର", ଏ ଗୁରୁ ଦାୟିତ୍ୱ ଜଣେ ଜଣେ ପ୍ରଶାସକ ଭାବେ ଆପଣଙ୍କ ଉପରେ ନ୍ୟସ୍ତ" ବୋଲି ଆଉ ୫ଟି ବିଭାଗକୁ ମୋ ସରକାରରେ ସାମିଲ କରିବା ଅବସରରେ ରୋକଠୋକ ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଜନସାଧାରଣଙ୍କ ପ୍ରତି ସରକାରୀ ଅଧିକାରୀମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରାଞ୍ଜଳ ବାର୍ତ୍ତା ଦେଇଛନ୍ତି ।

ପୂର୍ବରୁ ୧୭ଟି ବିଭାଗ ମୋ ସରକାର ମୋ ସରକାରରେ ସାମିଲ ହୋଇଥିବା ବେଳେ ଆଉ ଗୋଟେ ପର୍ଯ୍ୟାୟରେ  ୫ଟି ବିଭାଗ ସାମିଲ ହୋଇଛନ୍ତି। ଏହି ବିଭାଗଗୁଡ଼ିକ ହେଲେ ଜଳସମ୍ପଦ, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ। ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୫ଟି ବିଭାଗକୁ ସାମିଲ୍‌ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେବା ପାଇଁ ଅଧିକାରୀମାନଙ୍କୁ ଆହ୍ବାନ ଦେଇଥିଲେ।  ଏହି ଅବସରରେ ସମବାୟ ମନ୍ତ୍ରୀ ‌ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ନିଜ ନିଜ ବିଭାଗରେ ‘ମୋ ସରକାର’ ଅଭିଯାନକୁ ଫଳପ୍ରଦ ଭାବେ ଲାଗୁ କରାଯିବ ବୋଲି କହିଥିଲେ।

ମୁଖ୍ୟ ଶାସନ ସଚିବ ଅସିିତ ତ୍ରିପାଠୀ ସ୍ବାଗତ ଭାଷଣ ଦେଇ ସାଧାରଣ ନାଗରିକଙ୍କୁ ‘ମୋ ସରକାର’ ସଶକ୍ତ କରୁଛି ବୋଲି ମତବ୍ୟକ୍ତ କରିଥିଲେ |  ୫-ଟି ସଚିବ ଭି କେ ପାଣ୍ଡିଆନ୍ ୫ଟି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଥିଲେ। ଅଧିକାରୀ ଓ କର୍ମଚାରୀମାନେ ‘ମୋ ସରକାର’ ନେଇ ସଚେତନ ଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମରେ ଯେଉଁ ବାର୍ତ୍ତା ଦିଆଯାଉଛି, ତାହାକୁ ତତ୍‌କାଳ ଗ୍ରହଣ କରି ତାହାରି ଉପରେ ଅନୁସନ୍ଧାନ କରିବା ସହ Rପଦକ୍ଷେପ ନେବାକୁ ସେ କହିଥିଲେ। ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault