ହେଡଲାଇନସ୍:

ଆଗରୁ କାଠ ଖୁମ୍ବରେ ଯାଇଥିଲା ବିଦ୍ୟୁତ ତାର, ଏବେ ଲାଗିଲା ସିମେଣ୍ଟ ଖୁଣ୍ଟ ଓ ଟ୍ରାନ୍ସଫର୍ମର  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶାସକ ପ୍ରଶାସକର ଖବର ଉପରେ ଚେତିଲା ବିଦ୍ୟୁତ ବିଭାଗ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ଧନ୍ୟବାଦ ଦେବା ବିଦ୍ୟୁତ ବିଭାଗକୁ | ବିଳମ୍ବରେ ହେଲେ ବି ଗଣମାଧ୍ୟମରେ  ଖବର ପ୍ରକାଶନ  ପାଇବା ପରେ ହୋଇଛି ବିଭାଗର ଚୈତନ୍ୟ ଉଦୟ | ଦୀର୍ଘ ଛଅ ମାସର  ନିଘୋଡ଼ ନିଦରୁ ଉଠିଛି  l ବିପଦ ସଂକୁକ ଅବସ୍ଥାରେ କାଠ ଖୁମ୍ବରେ ବିଦ୍ୟୁତ ଯାଇଥିବା ବିଦ୍ୟୁତ ତାର ଖୁଣ୍ଟରୁ ଓହ୍ଲାଇ ବସାଇଛି ସିମେଣ୍ଟ ଖୁଣ୍ଟ ଆଉ ଲାଗିଛି ଗୋଟେ ଟ୍ରାନ୍ସଫର୍ମର |

 ଶିଳ୍ପ ସମୃଦ୍ଧ ସମ୍ବଲପୁର ଜ଼ିଲ୍ଲାର  ରେଙ୍ଗାଲି ବ୍ଲକ ବମାଲୋଇ ପଞ୍ଚାୟତ ଢର୍ରୋପାଣି ଗ୍ରାମରୁ ଘିଚାମୁରା ପଂଚାୟତ ନାରୁପଡା ଗ୍ରାମକୁ କାଠରେ ନିର୍ମିତ ଖୁମ୍ବ  ଦ୍ଵାରା  ବିଦ୍ୟୁତ ସଂଯୋଗ ହୋଇଥିଲା l ଏହି ଖବର ପ୍ରକାଶନ  ପରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ସୋମବାର ୨ ଟି ସିମେଣ୍ଟ ଖୁମ୍ବ ସହ ଏକ ଟ୍ରାନ୍ସଫରମର ଧରି ଗ୍ରାମକୁ ପହଂଚିଥିଲେ l କାଠ ଖୁମ୍ବରୁ ବିଦ୍ୟୁତ ବିଛିନ୍ନ  କରିବା ସହ ସିମେଣ୍ଟ ଖୁମ୍ବ  ଲଗାଇଥିଲେ l ଏହା ସହିତ ଏକ ନୂତନ ଟ୍ରାନ୍ସଫରମ ସ୍ଥାପନ ପୂର୍ବକ  ବିଦ୍ୟୁତ ସଂଯୋଗ ହୋଇଛି l

0
0
0
s2sdefault