ହେଡଲାଇନସ୍:

 ୫-ଟି ପାହାର : ନିଲମ୍ବିତ ହେଲେ କୁକୁରିମୁଣ୍ଡି ସୁପରିନଟେଣ୍ଡେଣ୍ଟ ଓ ହେଡ଼ମିଷ୍ଟ୍ରେସ, ୱାର୍ଡନ ହେଲେ ବହିଷ୍କାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁକୁରିମୁଣ୍ଡି ସେବାଶ୍ରମ ଆତ୍ମହତ୍ୟା ଘଟଣା : ଦାୟିତ୍ବହୀନତା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ 

ନୂଆପଡା(ଅମିତ ପୁରୋହିତ) :  ୫-ଟି ପାହାର ପଡିଛି ଦାୟିତ୍ବହୀନତା ପ୍ରଦର୍ଶନ କରିଥିବା କିକୁରିମୁଣ୍ଡି ସେବାଶ୍ରମର କର୍ମଚାରୀଙ୍କ ଉପରେ | ଦାୟିତ୍ବହୀନତା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ ନିଲମ୍ବିତ ହୋଇଛନ୍ତି କୁକୁରିମୁଣ୍ଡି ସହେବାଶ୍ରମର ସୁପରିନଟେଣ୍ଡେଣ୍ଟ ଓ ହେଡ଼ମିଷ୍ଟ୍ରେସ |  ୱାର୍ଡନଙ୍କୁ କରାଯାଇଛି ବହିଷ୍କାର |

   ସଦର ବ୍ଲକ ଧରମବନ୍ଧା ଥାନା ଅନ୍ତର୍ଗତ କୁକୁରିମୁଣ୍ଡି ସେବାଶ୍ରମରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ଚୁନେଶରୀ ହରିଜନ (୧୩) ସେହି ଗ୍ରାମର ଜଣେ ନାବାଳକ ଜିବନଲାଲ ମାଝୀ (୧୭) ଙ୍କ ସହିତ ଆଶ୍ରମ ଠାରୁ କିଛି ଦୂରରେ ଥିବା ଏକ ଚାଷ ଜମି ର ମହୁଲ ଗଛରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ । କ୍ଷତି ପୂରଣ  ଓ ଅବହେଳା କରିଥିବା ଆଶ୍ରମର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପରିବାର ଲୋକ ତଥା ଗ୍ରାମବାସୀ ପୋଲିସକୁ ଶବ ଦୁଇଟିକୁ ଗଛରୁ ଓହ୍ଲାଇ ଦେଇ ନ ଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟାରାଣୀ ମାଝୀ ଘଟଣା ସ୍ଥଳରେ ପହଞ୍ଚି ପ୍ରସାଶନ ତରଫରୁ ଉଭୟ ପରିବାର ଙ୍କୁ ୨୦୦୦୦ ଟଙ୍କା ଦେବା ପରେ ଶବ ଓହ୍ଲାଇବାକୁ ଲୋକେ ରାଜି ହୋଇଥିଲେ । କିନ୍ତୁ ଅପରାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ମାଝୀ ଅବହେଳା କରିଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ଓ ଉପ ଜିଲ୍ଲାପାଳଙ୍କ ଗାଡି କୁ ଘେରି ରଖିଥିଲେ । ଏହାର ଫଳ ସ୍ୱରୂପ ଜିଲ୍ଲାପାଳ ଙ୍କ ନିଦେ୍ର୍ଧଶ ଅନୁସାରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ଶକୁନ୍ତଳା ତ୍ରିପାଠି ଓ ସୁପରିଟେଣ୍ଡେଣ୍ଟ ଅସମତ ମାଝୀ ଙ୍କୁ ନିଲମ୍ବିତ କରିବା ସଙ୍ଗେ ସଙ୍ଗେ ୱାଡେନ ସତ୍ୟବାତୀ ଉଜିର ଙ୍କୁ ବହିଷ୍କୃତ କରିଥିଲେ । ବାରମ୍ବାର ସେବାଶ୍ରମରେ ଘଟୁଥିବା ଏପରି ଅଘଟଣ ପରେ ମଧ୍ୟ ଜିଲ୍ଲା ପ୍ରସାଶନ ବିହିତ ପଦକ୍ଷେପ ନ ନେବା ଏବଂ ଭବିଷ୍ୟତରେ ଏପରି ଅଘଟଣ ନ ଘଟିବା ପାଇଁ କୌଣସି  ପ୍ରକାରର ବ୍ୟବସ୍ଥା ନ କରିବା ଚିନ୍ତା ର ବିଷୟ ଅଟେ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।     

0
0
0
s2sdefault