ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟସୂଚୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି ) :  ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ୦୨.୦୩.୨୦୨୦ ମାସର ପ୍ରଥମ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେସିଲିଟେସନ କେନ୍ଦ୍ର ଅନୁଷ୍ଠିତ ହେଉଥିବା ବେଳେ  ୧୬.୦୩.୨୦୨୦ ମାସର ତୃତୀୟ ସୋମବାର ବାମନଘାଟୀ ଉପଖଣ୍ଡର ସଦରମହକୁମା ରାଇରଙ୍ଗପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ , ୨୩.୦୩.୨୦୨୦ ଚତୃର୍ଥ ସୋମବାର ପାଞ୍ଚପୀଢ ଉପଖଣ୍ଡର ସଦରମହକୁମା କରଞ୍ଜିଆସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପ୍ରକୋଷ୍ଠ ଏବଂ ୩୦.୦୩.୨୦୨୦ ପଞ୍ଚମ ସୋମବାର  କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ଅନୁଷ୍ଠିତ ହେବ । ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ସଂପୃକ୍ତ ଉପଖଣ୍ଡର ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ସିଡିପିଓ ଓ ଉପଖଣ୍ଡ ସ୍ତରୀୟ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ  ହେବାକୁଥିବା ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ସଂପୃକ୍ତ ଅଚଂଳର ଜନ ସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସଂପର୍କୀତ ଅଭିଯୋଗ ଲିଖିତ ଅଥବା ମୌଖିକ ଭାବେ ଶିବିରରେ ଉପସ୍ଥିତ ରହି ଜଣାଇ ପାରିବେ ।

0
0
0
s2sdefault