ହେଡଲାଇନସ୍:

ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ ର ପ୍ରଥମ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ ତିନିଦିନିଆ ଉତ୍ସବ କାର୍ଯ୍ୟକ୍ରମ ରବିବାର ଦିନ ଉଦ୍ ଘାଟିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଦର୍ଶନୀ ପ୍ରଜ୍ଞାପନ ମେଢ ସହିତ ୨୦୦୦ରୁ ଅଧିକ ସଂଖ୍ୟାରେ ଦର୍ଶକ ମଣ୍ଡଳୀଙ୍କ ଉପସ୍ଥିତିରେ ୧୫୦ ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟଗୀତର ଆୟୋଜନ ମଧ୍ୟ କରାଯାଇଥିଲା।

 ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳସଚୀବ ତଥା ରେଜିଷ୍ଟ୍ରାର ଡଃ ଅନିତା ପାତ୍ର ଯୋଗଦେଇ ବାର୍ଷିକ ବିବରଣୀକୁ ଗ୍ରାଫିକ୍ସ ମାଧ୍ୟମରେ ଉପସ୍ଥାପନା କରିଥିଲେ । 

 ଏଥି ସହିତ ଡଃ. ପ୍ରିତାଭଦ୍ରାଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏକ ଥିମାଟିକ ଗ୍ରୁପ ଆକ୍ଟ ମଧ୍ୟ କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପ୍ରାୟ ସମସ୍ତ ବିଭାଗୀୟ ମୁଖ୍ୟ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

ଏହି ଅବସରରେ ଡଃ. ସାଗର ମୈତ୍ରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ପତ୍ରିକା ଗଜଜ୍ୟୋତି-୨୦୨୦ ର ଉନ୍ମୋଚନ କରାଯିବା ସହ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଏକ ଚଳଚ୍ଚିତ୍ର ନିର୍ମାଣ ପ୍ରସ୍ତୁତ କରା ଯାଇଥିଲା ।

ଉପସ୍ଥିତ ଦର୍ଶକ ମାନେ ଏଆର ଓ ଭିଆର ର ବାସ୍ତବ "ଶୋ” ର ଦେଖିବାର ମଜା ଉଠାଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ମାଷ୍ଟରସେଫ ଏବଂ କୁଇଜ "ଶୋ” ଆୟୋଜନ ମଧ୍ୟ ହୋଇଥିଲା । ଏଥି ସହିତ ପାରଲା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଉପରେ ଏକ ଲାଇଟ ଏଣ୍ଡ ସାଉଣ୍ଡର ଆୟୋଜନ କରାଯାଇଥିଲା । 

ଏହି ଅବସରରେ ପାଶ୍ଚାତ୍ୟ ଯାଜ ଶୋ”ର ପ୍ରଦର୍ଶନ କୋଲକାତାର କଳାକାର ମୌସମୀଙ୍କ ଦ୍ଵାରା କରାଯାଇଥିଲା । ଉଦଘାଟନୀ ଦିବସର ଶେଷ କାର୍ଯ୍ୟକ୍ରମରେ ମାଇମ ଶୋ” ଆଲିବାବା ସହିତ ସମ୍ପନ୍ନ ହୋଇଥିଲା। ।

ବିଶ୍ବବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ପ୍ରଫେସର ସନ୍ଦିପନ ପାଇନ ଯୋଗଦେଇ ବିଶ୍ବବିଦ୍ୟାଳୟର ଇତିହାସ ସମ୍ପର୍କରେ ବାଖ୍ୟା କରିଥିଲେ ।

ଦିବସର ସମସ୍ତ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଡଃ. ଦେବେନ୍ଦ୍ର ରେଡି , ଡଃ .ଏସପି.ନନ୍ଦ , ପ୍ରଫେସର ସଦତ ଅଲ୍ଲୀ , ଡଃ. ଶୁଭେନ୍ଦୁ ମିଶ୍ର , ଡଃ. ଶିବାଲା କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault