ହେଡଲାଇନସ୍:

 ଜେ କେ କାଗଜ କଳ ତରଫରୁ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ,(ସରୋଜ ସାହୁ ) : ରାୟଗଡ ସହର ସ୍ଥିତ ଜେ କେ କାଗଜ କଳର ପୁରୁଣା ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ପରିସରରେ ଜେ କେ କାଗଜ କଳ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ  ହୋଇଯାଇଅଛି । ବିଶାଖାପାଟଣା ସ୍ଥିତ କିମ୍ସ ଆଇକନ ହସପିଟାଲର ସହଯୋଗରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧ ଏବଂ ସେମାନଙ୍କ ପିରବାର ବର୍ଗଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଜେ କେ କାଗଜ କଳର ଭେଷଜ ବିଶେଷଜ୍ଞ ଡାକ୍ତର କେଶବ କ୍ରିଷ୍ଣାଙ୍କ ତତ୍ୱାବଧାନରେ ଉକ୍ତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା  । ବିଶାଖାପାଟଣା ସ୍ଥିତ କିମ୍ସ ହସପିଟାଲର କର୍ଣ୍ଣ,ଗଳା,ନାକ ଡାକ୍ତର ନାଗାରାଜୁ, ସ୍ନାୟୁ ବିଶେଷଜ୍ଞ ଡାକ୍ତର କିରଣ ବୁଦ୍ଧିରାଜ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ରାଜୁ ବାବୁ, ହୃଦରୋଗ ବିଶେଷଜ୍ଞ ଡାକ୍ତର ରାମା ରାଜୁ ଓ ଭେଷଜ ବିଶେଷଜ୍ଞ ଡାକ୍ତର ଏସ.ପ୍ରକାଶ ଗୁପ୍ତା ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉଚିତ ପରାମର୍ଶ ଦେଇଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଆନୁଷ୍ଟାନିକ ଭାବେ ବରିଷ୍ଠ  ନାଗରିକ ଏବଂ ସରକାରୀ ସ୍ୱୀକୃତ ପ୍ରାପ୍ତ ସାମ୍ବାଦିକ  ଶ୍ରୀନରସିଂହ ନାଥ ପାଢୀ ଉକ୍ତ ସ୍ୱାସ୍ଥ୍ୟ ଶିବିରର ଶୁଭ ଉଦଘାଟନ କରିଥିଲେ । ଉଦଘାଟନ ସମୟରେ କାଗଜ କଳର ବରିଷ୍ଠ ପରିଚାଳକ ( ଲୋକ ସଂପର୍କ ଏବଂ ସାମାଜିକ ଦାୟିତ୍ୱବୋଧ ) ଅଧିକାରୀ ସୁନିଲ କୁମାର ନାଥ, ମିଲନ୍ ଲେଙ୍କା, ହରିହର ଖମାରୀ, ଏସ.ପି ରଥଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ୭୦ ଜଣ ସାମ୍ବାଦିକ ଓ ତାଙ୍କ ପରିବାରକୁ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା କରାଯିବା ସହ ଔଷଧ ମଧ୍ୟ ବିତରଣ କରାଯାଇଥିଲା । ପ୍ରକାଶ ଥାଉ କି ଆଜିର ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ମିଶାଇ ଗତ ଦିନରେ ମଧ୍ୟ ସାମ୍ବାଦିକ ମାନଙ୍କ ପାଇଁ ୨ ଗୋଟି ଶିବିର ଆୟୋଜନ କରାଯାଇଥିଲା । ଜେ କେ କାଗଜ କଳ ତରଫରୁ ଏଭଳି ୩ ଗୋଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବା ଜଣାପଡିଛି । 

0
0
0
s2sdefault