ହେଡଲାଇନସ୍:

ବିଜୁ ଯୁବ ବାହିନୀ ପକ୍ଷରୁ ଗାଁ ଅଲମ୍ପିକ ଆୟୋଜିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୨୨ ରଘୁନାଥପୁରରେ ବିଜୁ ଯୁବ ବାହିନୀ କ୍ଲଷ୍ଟର-୧୩ ପକ୍ଷରୁ ଗାଁ ଅଲମ୍ପିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗୀତାର ବାଳିକା ବର୍ଗ ଜୁନିଅର ସ୍କିପିଙ୍ଗରେ ଦୀପା ହେମ୍ବ୍ରମ ପ୍ରଥମ, ମାକଡୀ କିସ୍କୁ ଦ୍ଵିତୀୟ ହୋଇଥିବା ବେଳେ ସିନିୟର ବର୍ଗ ସ୍କିପିଙ୍ଗରେ ସୁନିଆ ମୁର୍ମୁ ପ୍ରଥମ, ସଲାମା ହେମ୍ବ୍ରମ ଦ୍ଵିତୀୟ ହୋଇଛନ୍ତି । ସେହିପରି ମିଉଜିକ ଚେୟାରରେ ଜେ ପି କ୍ରୀଷ୍ଣା ପ୍ରଥମ ଓ ସୀତା ହେମ୍ବ୍ରମ ଦ୍ଵିତୀୟ, ବାଳକ ବର୍ଗ ଦୌଡରେ ଦୁର୍ଗରେ ମୁର୍ମୁ ପ୍ରଥମ ଓ ସୀମାଲ ସୋରେନ ଦ୍ଵିତୀୟ ହୋଇଛନ୍ତି । ପ୍ରତିଯୋଗୀତାକୁ ଯୁବ ବାହିନୀ ସଭାପତି ବିକାଶ ରଞ୍ଜନ ବାରିକ, ସମ୍ପାଦକ ଦୀପକ ବାରିକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ରାଉତ, ବାରିପଦା ପୌରପରିଷଦ କୋଆର୍ଡିନେଟର ହିମାଂଶୁ ଶେଖର ବେହେରା, ଦୀପକ ମଢୁଆଳ, ଦୀପକ କୁମାର ଶାହା ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault