ହେଡଲାଇନସ୍:

ଗୋଟେ ଟ୍ରକରୁ ଏକାଥରେ ୧ ଲକ୍ଷ ୧୦ ହଜାର ୮ ଶହ ଟଙ୍କା ଜୋରିମାନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୬ ମାସର ମହଲତ ପରେ ରାୟଗଡରେ ମୋଟର ଯାନ ଯାଂଚ

 ରାୟଗଡ(ସରୋଜ କୁମାର ସାହୁ):  ୬ ମାସର ମହଲତ ପରେ ଆଜି ମାର୍ଚ୍ଚ ପହିଲାରୁ ରାୟଗଡ ଠାରେ ନୂଆ ମୋଟର ଯାନ ଆଇନର କଡାକଡି ଯାଂଚ କରାଯାଇଥିବା ଦେଖିବାକୁ ମିଳିଛି । ଆଜି ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଖଲିଗୁଡା ଗ୍ରାମ ଠାରେ ଆଂଚଳିକ ପରିବହନ ବିଭାଗ ଓ ପୋଲିସ ବିଭାଗର ମିଳିତରେ ମୋଟର ଯାନ ଯାଂଚ କରାଯାଇଥିଲା । ଏହି ଯାଂଚ ସମୟରେ ଆନ୍ଧ୍ର ପ୍ରଦେଶରୁ ରାୟଗଡ ସ୍ଥିତ ଜେ କେ କାଗଜ କଳକୁ କାଠ ବୋଝେଇ କରି ଆସୁଥିବା ଏକ ଟ୍ରକ (ନମ୍ବର ଏପି୩୧ଟିୟୁୟୁ୩୨୪୯)କୁ ପରମିଟ ନଥିବା ଏବଂ ଓଡିଶା ରୋଡ ଟ୍ୟାକ୍ସ ପୈଠ କରି ନଥିବା ଅଭିଯୋଗରେ ଏକା ଥରକେ ୧ ଲକ୍ଷ ୧୦ ହଜାର ୮ ଶହ ଟଙ୍କା ଜୋରିମାନା ପକାଇଛି ପରିବହନ ବିଭାଗ ଯାହା କି ବର୍ତମାନ ସୁଧା ସାରା ଓଡିଶାରେ ହୋଇଥିବା ଜୋରିମାନାକୁ ଏହାର ପରିମାଣ ଟପି ଯାଇଥିବା ଚର୍ଚ୍ଚା ଜୋରଧରିଛି । ଏହି ଟ୍ରକଟି ଆନ୍ଧ୍ର ପ୍ରଦେଶର ବିଶାଖାପାଟନମ୍ ଜିଲ୍ଲାର ଚିନା ଗୋଲାପାଲମ ଗ୍ରାମ ନିବାସୀ ବି. ସୁରୀ ବାବୁଙ୍କର ବୋଲି ଏବଂ ଉକ୍ତ ଟ୍ରକକୁ ସେ ନିଜେ ଚଲାଉଥିବା ଜଣାପଡିଛି । ସେହିପରି ଟ୍ରିପଲ ଡ୍ରାଇଭିଂ, ବିନା ହେଲମେଟ, ସିଟ ବେଲ୍ଟ ନ ବାନ୍ଧିବା, ଦ୍ରୁତ ଗତିରେ ଗାଡି ଚାଳନା, ବିନା ବୀମା, ଓ ଗାଡିର ସଠିକ କାଗଜ ପତ୍ର ନଥିବା ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଆଜିର ଏହି ଯାଂଚରେ ପ୍ରାୟ ୨ ଲକ୍ଷରୁ ଉଧ୍ୱର୍ ଟଙ୍କାର ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ଏହି ଯାଂଚରେ ରାୟଗଡ ଆରଟିଓ ଦିଲ୍ଲିପ କୁମାର ଦଳାଇ, ଏମଭିଆଇ ଶିବ ଶଙ୍କର ଚୌଧୁରୀ, ରାୟଗଡ ଉପ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଏସଆଇ ରିଗାନ କିଣ୍ଡୋ, ଏଏସଆଇ ପି. ରାବଣା ଓ ଗୋପାଳ ନାୟକ ପ୍ରମୂଖ ସାମିଲ ଥିଲେ ।       

0
0
0
s2sdefault