ଭୁବନେଶ୍ୱର : ବରଗଡ଼ରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ପାଣିପାଗ କେନ୍ଦ୍ର | ଏ ବିଷୟରେ ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ଏକ ଟୁଇଟର ଉତ୍ତରରେ ଓଡ଼ିଶାର ସ୍ୱତନ୍ତ ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି | ବରଗଡରେ ମାନୁଆଲ ମେଟେରୋଲୋଜିକାଲ ଅବଜରଭେଟରୀ ଖୁବ ଶୀଘ୍ର ପ୍ରତିଷ୍ଠା ହେବ | ଆଶ୍ୱସ୍ତ ସପ୍ତାହରେ ଏସଆରସି ଓ ପାଣିପାଗ ବିଭାଗର ଅଧିକାରୀମାନେ ସ୍ଥାନ ଚିହ୍ନଟ ଓ ଢାଞ୍ଚା ସମ୍ପର୍କରେ ସବିଶେଷ ତର୍ଜ୍ଜମା ପାଇଁ ବରଗଡ଼ ଯିବେ | ଅବଜରଭେଟରୀ ଏପ୍ରିଲ , ୨୦୨୦ ସୁଧା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁଙ୍କ ଟୁଇଟ ର ଉତ୍ତରରେ ସ୍ୱତନ୍ତ ରିଲିଫ କମିଶନର ଶ୍ରୀ ଜେନା ସୂଚନା ଦେଇଛନ୍ତି | ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଇଥିବା ବରଗଡ଼ ଜିଲ୍ଲା ଗଠନ ହେବାର ୨୩ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଠାରେ ପାଣିପାଗ କେନ୍ଦ୍ର ନଥିବା ଯୋଗୁ ଲୋକ ଓ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା | ଏଠି ପାଇଁ ଦାବି ହୋଇ ଆସୁଥିବା ବେଳେ ଆଜି ଶ୍ରୀ ସାହୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଏସଆରସି ଶ୍ରୀ ଜେନା ଓ ୫ ଟି ସଚିବଙ୍କୁ ଟୁଇଟ କରିଥିଲେ | ଏସଆରସି ଏ ଟୁଇଟର ତୁରନ୍ତ ଉତ୍ତର ଦେଇ ଉପରୋକ୍ତ ଅବଜରଭେଟରୀ ପ୍ରତିଷ୍ଠା ସମ୍ପର୍କରେ ପ୍ରତିଶ୍ରୁତି ଦେଇଛନ୍ତି | ଏଥିପାଇଁ ଶ୍ରୀ ସାହୁ ଏସଆରସିଙ୍କୁ ସର୍ବୋପରି ରାଜ୍ୟ ସରକାରଙ୍କୁ ବରଗଡଜିଲ୍ଲା ବାସୀ ଓ ଚାଷୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି |
ରାଜ୍ୟ
ବରଗଡ଼ରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ପାଣିପାଗ କେନ୍ଦ୍ର
- Hits: 1254