ହେଡଲାଇନସ୍:

ଏସଡ଼ିସି କପ୍-୨୦୨୦ଚମ୍ପିୟାନସିପ୍ ଜିଲ୍ଲାସ୍ତରୀୟ ଫୁଟବଲ ଲିଗ୍ ମ୍ୟାଚ୍ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି): ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ପ୍ରାୟୋଜିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍ଡିସି ପକ୍ଷରୁ ଫେବୃଆରୀ ୨୪ତାରିଖରୁ ଅନୁଷ୍ଠିତ  ୫ଦିନିଆ (ଗ୍ରୁପ-ଏ) ରାଜ୍ୟସ୍ତରୀୟ ଏସ୍ଡିସି କପ୍ -୨୦୨୦ ଚମ୍ପିୟାନସିପ୍ ପାଇଁ ଆଦିବାସୀ ଫୁଟବଲ ଲିଗ୍ ମ୍ୟାଚ ଉଦଯାପିତ  ହୋଇଯାଇଛି । ବାରିପଦା ଷ୍ଟାଡିୟମଠାରେ ରଙ୍ଗାରଙ୍ଗ ଆଦିବାସୀ ସଂସ୍କୃତିକ ବାଦ୍ୟନୃତ୍ୟର ତାଳେ ତାଳେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଜିଲ୍ଲାପାଳ ତଥା ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ନିର୍ବାହୀ  ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଂଚ ଦିନ ବ୍ୟାପି ଜିଲ୍ଲାସ୍ତରୀୟ ଏସ୍ଡିସି କପ୍ ଲିଗ୍ ଫୁଟବଲ ମ୍ୟାଚ ସୁସଙ୍ଗଠିତ ତଥା ଶୃଙ୍ଖଳିତ ଭାବରେ ପରିଚାଳିତ ହୋଇଥିବାରୁ ଏସ୍ଡିସି ଏବଂ ଓଡିଶା ଫୁଟବଲ ଆସୋସିୟେସନର ସଂପୃକ୍ତ ସମସ୍ତ ପଦାଧିକାରୀ କ୍ରୀଡାବିତ ଓ ପ୍ରଶିକ୍ଷକମାନଙ୍କୁ ସାଧୁବାଦ ଜଣାଇବା ସହ ଏଥିରେ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିବା ଟିମର ସଫଳତା କାମନା କରିବା ସଙ୍ଗେ ସଙ୍ଗେ ସମସ୍ତ ଖେଳାଳୀମାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୟୂରଭଞ୍ଜ ପି.ସ୍ମିଥ୍ ପରମାର, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବାରିପଦା ତଥା ଜିଲ୍ଲା ସ୍ତରୀୟ ଏସ୍ଡିସି କପ୍ କାର୍ଯ୍ୟକ୍ରମ ନୋଡାଲ୍ ଅଧିକାରୀ  ବିଜନ କୁମାର ଥମ୍ବ, ମୟୂରଭଞ୍ଜ ମହାରଣୀ ରଶ୍ମୀ ରାଜ୍ୟଲଷ୍ମୀ ଭଞ୍ଜଦେଓ, ଜିଲ୍ଲା କ୍ରୀଡା ଅଧିକାରୀ ମୟୂରଭଞ୍ଜ ଭୋଜରାଜ ମହାପାତ୍ର, ଓଡିଶା ଫୁଟବଲ ଆସୋସିଏସନର ଉପସଭାପତି ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ  ଡା ଦେବାଶିଷ ମାର୍ଣ୍ଡି, ମୟୂରଭଞ୍ଜ କ୍ରୀଡା ସଂସଦର ସାଧାରଣ ସଂପାଦକ କିଶୋର କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ସ୍ୱଧା ଦେବ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ମୟୂରଭଞ୍ଜ  ଚଂଚଲ ରଣା  ଖେଳାଳୀମାନଙ୍କୁ ଉତ୍ସାହିତ  କରିଥିଲେ । ଏହି ଅବସରର ମୁଖ୍ୟ ଅତିଥି ଜିଲ୍ଲାପାଳ ଏବଂ ସମ୍ମାନିତ ଅଥିତିଗଣ ଖେଳାଳୀମାନଙ୍କ ସହିତ ଉଦ୍ୟାପନୀ ଦିବସର ଶେଷ ଲିଗ୍ ମ୍ୟାଚ୍ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

ରାଜ୍ୟ ଏସ୍ଡିସି କପ୍ ରାଜ୍ୟ ଆୟୋଜନ କମିଟିର ସଦସ୍ୟ ତଥା ନୋଡାଲ୍ ଅଧିକାରୀ ଡଃ ପ୍ରିୟବ୍ରତ ମାଝୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏସ୍ଡିସି କପ୍ ୨୦୨୦ ଫୁଟବଲ ଚମ୍ପିୟାନସିପ୍ କ୍ରୀଡାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ  ସଂପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାସ୍ତରୀୟ ଅନୁଷ୍ଠିତ ଲିଗ୍ ମ୍ୟାଚ୍ ଉଦ୍ୟାପନୀ ତଥା ପଂଚମ ଦିବସର ପ୍ରଥମ ପ୍ରର୍ଯ୍ୟାୟ ଅନୁଷ୍ଠିତ  ମ୍ୟାଚ୍ ବାରିପଦା ବନାମ୍ ନବରଙ୍ଗପୁର (ମହିଳା ବର୍ଗ) ଓ ନବରଙ୍ଗପୁର ବନାମ୍ ରାୟଗଡା (ପୁରୁଷ) ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗଜପତି ବନାମ ରାୟଗଡା (ମହିଳା ବର୍ଗ) ଓ ବାରିପଦା ମୟୂରଭଞ୍ଜ ବନାମ ସୁନ୍ଦରଗଡ (ପୁରୁଷ ବର୍ଗ) ରେ ଅନୁଷ୍ଠିତ  ୪ଟି ମ୍ୟାଚ୍ ହୋଇଥିଲା । ଏଥିରେ ପ୍ରଥମ ପର୍ଯ୍ୟାୟ ପ୍ରଥମ ମ୍ୟାଚ୍ ମହିଳା ବର୍ଗର ବାରିପଦା ଟିମ୍ ୯-୦ ଗୋଲରେ ଓ ଦ୍ୱିତୀୟ ମ୍ୟାଚ ପୁରୁଷ ବର୍ଗରେ ନବରଙ୍ଗପୁର ୭-୦ ରେ ବିଜୟ ହୋଇଛନ୍ତି । ସେହିପରି ଦ୍ୱିତୀୟ ପ୍ରର୍ଯ୍ୟାୟର ତୃୃତୀୟ ମ୍ୟାଚ୍ରେ ମହିଳା ବର୍ଗର ରାଯଗଡା ୧-୦ ଗୋଲରେ ଓ ଚତୁର୍ଥ ମ୍ୟାଚ୍ (ପୁରୁଷ ବର୍ଗ) ବାରିପଦା ୧-୧ଗୋଲରେ ବିଜୟ ହୋଇଥିଲେ । ଉକ୍ତ ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବାରିପଦା (ମହିଳା ଟିମ୍) ପ୍ରତିଲତା ହେମ୍ବ୍ରମ୍, ପୁରୁଷ ବର୍ଗରେ ନବଙ୍ଗପୁରର ପିଂଟୁଜାନୀ, ମହିଳା ବର୍ଗରେ ରାୟଗଡା ରଶ୍ମୀ ମିନିକା ଓ ବାରିପଦା ପୁୁରୁଷ ବର୍ଗରେ ଥବ ସୋରେନ୍  ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ୫ଦିନ ଧରି ଅନୁଷ୍ଠିତ  ହୋଇଥିବା ଜିଲ୍ଲା ସ୍ତରୀୟ ଲିଗ୍ ମ୍ୟାଚରେ ଉତମ ଖେଳ ପ୍ରର୍ଦଶନ କରିଥିବା ସୁନ୍ଦରଗଡର ଉଭୟ ପୁରୁଷ ଓ ମହିଳା ଟିମ୍ ଏବଂ ବାରିପଦାର ଉଭୟ ମହିଳା ଓ ପୁରୁଷ ଟିମ୍ ପରବର୍ତୀ ସେମିଫାଇଲାନ୍ ପର୍ଯ୍ୟାୟକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାର୍ଚ୍ଚ ୨ ତାରିଖରେ କେନ୍ଦୁଝର ଓ ସୁନ୍ଦରଗଡଠାରେ ଅନୁଷ୍ଠିତ ହେବାକୁଥିବା ସେମିଫାଇନାଲ୍ ଲିଗ୍ ଫୁଟବଲ ମ୍ୟାଚ୍ରେ ଅଂଶଗ୍ରହଣ କରିବେ । ମାର୍ଚ୍ଚ ୫ ତାରିଖ ବିଜୁପଟ୍ଟନାୟକଙ୍କ ଜୟନ୍ତି ପଂଚାୟତିରାଜ୍ ଦିବସ ବାରବାଟୀ ଷ୍ଟାଡିୟମ୍ କଟକଠାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଓଡିଶା ଫୁଟବଲ ଆସୋସିଏନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସ୍ଡିସି, ଜିଲ୍ଲା କ୍ରୀଡା ବିଭାଗ, ମୟୂରଭଞ୍ଜ କ୍ରୀଡାସଂଘ ଏବଂ ଏସ୍ଏସ୍ଡି ବିଭାଗର ସଂପୃକ୍ତ ଅଭିଜ୍ଞ ସମ୍ପନ୍ନ କ୍ରୀଡା ପ୍ରଶିକ୍ଷକ / କୋଚ / ପିଇଟି ମାନଙ୍କ ସମ୍ବିଳିତ ସହଯୋଗରେ ଲିଗ ମ୍ୟାଚ୍ ସୁପରିଚାଳିତ ହୋଇଥିଲା । ଏସ୍ଡିସି କପ-୨୦୨୦ ଚମ୍ପିୟାନସିପ୍ ଜିଲ୍ଲା ସ୍ତରୀୟ ଉକ୍ତ ଲିଗ୍ ମ୍ୟାଚ୍ରେ ରାଜ୍ୟର ମୟୂରଭଞ୍ଜ (ବାରିପଦା), ନବରଙ୍ଗପୁର, କୋରାପୁଟ୍, ରାୟଗଡା,ଗଜପତି ଜିଲ୍ଲାର ଯୋଗ୍ୟ ବିବେଚିତ (୧୭ ବର୍ଷରୁ ୩୫ ବର୍ଷ) ବୟସ ଆଦିବାସୀ ଯୁବ ଉଭୟ ପୁରୁଷ ଓ ମହିଳା ବର୍ଗର୧୦ଟି ଟିମ୍ର ୨୦୦ ଫୁଟବଲ ଖେଳାଳୀ  ଏବଂ ୫୦ରୁ ଉର୍ଦ୍ଧ କ୍ରୀଡା ପ୍ରଶିକ୍ଷକ ଏବଂ ସଂପୃକ୍ତ ବିଭିନ୍ନ ବିଭାଗ ପଦାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି ଲିଗ୍ ମ୍ୟାଚର ସଫଲ ରୂପାୟନ ପାଇଁ ଓଡିଶା ଫୁଟ୍ବଲ୍ ଆସୋସିଏସନର ମ୍ୟାଚ କମିନସର ସୁଜିତ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 

 

0
0
0
s2sdefault