ହେଡଲାଇନସ୍:

ପ୍ରଣବ-ଉମା ଏକଜିଟ , ସଂଜୀବ-ମୁକ୍ତି ଇନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଟିମରେ ଅଦଳବଦଳ କଲେ କ୍ୟାପଟେନ ବବି  :  ମିଶନ ମୟୁରଭଂଜ ଟିମରୁ ବାଦ ପଡିଲେ ଉମା ଓ ପ୍ରଣବ 

ବିଧାୟକ ସୁଶାନ୍ତ ରାଉତଙ୍କୁ ଗୁରୁତ୍ୱପୂର୍ଣ ବାରିପଦା ଓ ମୋରଡା ଦାୟିତ୍ୱ 

 ଭୁବନେଶ୍ୱର (ଶାସକ ପ୍ରଶାସକ)  ଟିମ ମୟୁରଭଞ୍ଜରେ ଅଦଳବଦଳ କରିଛନ୍ତି ଜିଲ୍ଲା ଅବଜର୍ଭର ଦାୟିତ୍ୱରେ ଥିବା ଓଜନିଆ ନେତା ପ୍ରଣବ ପ୍ରକାଶ ଦାସ(ବବି) | ତାଙ୍କ ନୂଆ ଟିମରୁ ବାଦ ପଡିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ ଓ ଉମା ସାମନ୍ତରାୟ | ବିଧାୟକ ବାପି ରାୟ ବବିଙ୍କ ଟିମରେ ଅପରିବର୍ତ୍ତିତ ଥବା ବେଳେ ଉମା ସାମନ୍ତରାୟ ଓ ପ୍ରଣବ ବଳବନ୍ତରାୟ ଜାଗା ନେଇଛନ୍ତି ବିଧାୟକ ସଂଜୀବ ମଲ୍ଲିକ ଆଉ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ |  ସେହିପରି ଅନଧିକାରିକ ଭାବେ ବବିଙ୍କ ରଣନୀତି ଅନୁଯାୟୀ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଗତ ୬ ମାସ ଧରି ଘନ ଘନ ଜିଲ୍ଲା ଗସ୍ତ କରି ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ ଥିବା ଟାଣୁଆ ଯୁବ ନେତା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ପ୍ରଦାନ କରାଯାଇଛି | ଆଉ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀ ବାଙ୍ଗିରିପୋଷି ପାଇଁ ଗତଥର ପରି ଏଥର ବି ଦିଆଯାଇନାଇଁ ଅବଜର୍ଭର |  

ବିଜୁ ଜନତା ଦଳର ଟାଣୁଆ ତଥା ପ୍ରଭାବଶାଳୀ ଯୁବ ନେତା, କ୍ରାଇସିସ ମ୍ୟାନେଜର ସର୍ବୋପରି ତୃତୀୟ ମହଲାର ବ୍ଲୁ ଆୟେଡ଼ ବୟ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜ ଦାୟିତ୍ୱ ନେବା ପରେ ଗୋଷ୍ଠୀ ବିବାଦରେ ସାନ୍ଦୀ ହେଉଥିବା ମୟୁରଭଞ୍ଜ ବିଜୁ ଜନତା ଦଳ ଏବେ ଚଳଚଂଚଳ ହୋଇପଡିଛି | ପ୍ରଥମ ସଭାରୁ ଗୋଟେ ଧାଡି  ରୋକ ଠୋକ ଶୁଣାଇ ଦେଇଥିଲେ ବବି " ଗୋଷ୍ଠୀ କନ୍ଦଳ କୁ ବରଦାସ୍ତ କରାଯିବ ନାହିଁ | ଏଠି ୟା ଲୋକ ତା ଲୋକ କହିଲେ ଚାଲିବନି | ଆମର ଦଳ ଏକ, ନେତା ଏକ ଆଉ ଆମେ ସବୁ ନବୀନ ବାବୁଙ୍କ ଲୋକ | କର୍ମୀ ମାନେ ହେଉଛନ୍ତି ଆମର ସବୁକିଛି  " | ବବିଙ୍କ ଷ୍ଟ୍ରାଇକିଙ୍ଗ ଷ୍ଟାଇଲରେ ଫଡଫଡ଼ ହୋଇଥିବା କିଛି ନେତା ଏକପ୍ରକାର ସାଇଜ଼ ହୋଇଯାଇଥିଲେ | ଆଉ ବବି ବି ଦଳର ସାଙ୍ଗଠନିକ ଶକ୍ତି କେମିତି ବୃଦ୍ଧି କରାଯାଇ ପାରିବ ସେଥିପାଇଁ ପ୍ରସ୍ତୁତ କରିଥଲେ ରଣନୀତି | ଆଉ ତାଙ୍କ ରଣନୀତିର ଅଂଶ ବିଶେଷ ସ୍ୱରୂପ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲାକୁ ଦି ଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରାଯାଇଥିଲା | ଆଉ ଏବେ ତାଙ୍କ ଟିମ ସେ ନିଜେ ବାଛିଛନ୍ତି | ତାଙ୍କ ଟିମକୁ ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି ନିଯୁକ୍ତି |

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କରଞ୍ଜିଆ ଓ ଯଶିପୁର ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର ଓ ସାରସକଣା  ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦିଆଯାଇଛି | ସେହିପରି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଉଦଳା ଓ ବଡ଼ସାହି ଦାୟିତ୍ୱ ଦେଇଥିବା ବେଳେ  ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ବାରିପଦା ଓ ମୋରଡା ଭଳି ଦୁଇଟି ଗୁରୁତ୍ୱପୂର୍ଣ ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯାଇଛି |  

0
0
0
s2sdefault