ପରାମର୍ଶଦାତା କମିଟିରେ ୭ ପଦ୍ମ,୪ ଏସସିବି ଆଲମୁନି
ଭୁବନେଶ୍ୱର (ଶାସକ ପ୍ରଶାସକ)ଏସସିବି ମେଡିକାଲ କଲେଜର ବିଶ୍ୱସ୍ତରୀୟ ରୂପାନ୍ତରଣ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ଡାକ୍ତର ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ | ଏହି କମିଟିରେ ମୋଟ ୧୦ଜଣ ବିଶେଷଜ୍ଞ ସ୍ଥାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ଜଣ ପଦ୍ମ ସମ୍ମାନ ବିଜେତା | ଏମାନଙ୍କ ମଧ୍ୟରେ ୪ଜଣ ଏସସିବିର ପୂର୍ବତନ ଛାତ୍ର ସାମିଲ ଅଛନ୍ତି | ଏହି ପଦକ୍ଷେପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନଭେମ୍ବର ମାସରେ ଘୋଷିତ ହୋଇଥବା ହୋଇଥିବା ୫ ଟି ର ସୁଫଳ |
ପରାମର୍ଶଦାତା କମିଟିରେ ସ୍ଥାନ ପାଇଥବା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ହେଲେ ନିମ୍ନ ମତେ |
ପଦ୍ମଭୂଷଣ ଡ଼ ରମାକାନ୍ତ ପଣ୍ଡା- ଏସସିବି ପୂର୍ବତନ ଛାତ୍ର ,ଆନ୍ତର୍ଜାତୀୟ ପ୍ରସିଦ୍ଧିପ୍ରାପ୍ତ ହୃଦଶଲ୍ୟ ବିଶେଷଜ୍ଞ ତଥା ଏସିଆନ ହାର୍ଟ ଇନଷ୍ଟିଟ୍ୟୁଟର ସିଏମଡି
ପଦ୍ମ ଭୂଷଣ ଡ଼ ଦେବୀ ସେଟ୍ଟୀ- ନାରାୟଣ ହେଲ୍ଥର ଅଧ୍ୟକ୍ଷ ତଥା ନାରାୟଣ ହୃଦାଳୟର ପ୍ରତିଷ୍ଠାତା ହୃଦଶଲ୍ୟ ବିଶେଷଜ୍ଞ
ପଦ୍ମଭୂଷଣ ଡ଼ କେ ଶ୍ରୀନାଥ ରେଡ୍ଡୀ- ପବ୍ଲିକ ହେଲ୍ଥ ଫାଉଣ୍ଡେସନର ସଭାପତି ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ
ପଦ୍ମଶ୍ରୀ ଡ଼ ସୁବ୍ରତ ଆଚାର୍ଯ୍ୟ-ଏସସିବିର ପୂର୍ବତନ ଛାତ୍ର ତଥା ଏମ୍ସର ଦୀର୍ଘଦିନର ଅଭିଜ୍ଞତା ଥିବା ଖ୍ୟାତନାମା ଗ୍ୟାସ୍ଟ୍ରୋଏଣ୍ଟେରଲୋଜି ବିଶେଷଜ୍ଞ
ପଦ୍ମଶ୍ରୀ ଡ଼ ମୁକୁଟ ମିଞ୍ଜ-ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କିଡ୍ନୀ ବିଶେଷଜ୍ଞ ତଥା ପିଜିଆଇ ଚଣ୍ଡିଗଡର ପୂର୍ବତନ ରେନାଲ ଟ୍ରାନ୍ସପ୍ଲାଣ୍ଟ ବିଭାଗ ମୁଖ୍ୟ
ପଦ୍ମଶ୍ରୀ ଡ଼ ଦିଗାମ୍ବର ବେହେରା- ଆଇଏମଇଆର ଚଣ୍ଡିଗଡର ମୁଖ୍ୟ( ଲଙ୍ଗସ କ୍ୟାନ୍ସର କେମୋ ବିଶେଷଜ୍ଞ ତଥା ଏସ୍ସିବିର ପୂର୍ବତନ ଛାତ୍ର
ପଦ୍ମଶ୍ରୀ ଡ଼ ରଞ୍ଜନ ବଡବେ- ଟାଟା କ୍ୟାନ୍ସର ହସ୍ପିଟାଲର ମେଡିକାଲ ଡ଼ାଇରେକ୍ଟର ତଥା ଅଙ୍କୋଲୋଜି ବିଶେଷଜ୍ଞ
ଡ଼ ଜଗତ ନରୁଲା-ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ତଥା ଜେଏସିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଡ଼ ଜି ଏନ ରାଓ- ଏଲଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟର ନିର୍ଦ୍ଦେଶକ
ଡ଼ ପୂର୍ଣଚନ୍ଦ୍ର ମହାପାତ୍ର -ସ୍ତ୍ରୀ ରୋଗ ବିଶେଷଜ୍ଞ, ଏସ୍ସିବିର ପୂର୍ବତନ ଛାତ୍ର ତଥା ଏସ୍ସିବିର ପୂର୍ବତନ ପ୍ରଫେସର
କମିଟିର ଆବାହକ ସଦସ୍ୟ ରହିବେ ମେଡିକାଲ ଏଦୁକେସନ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ | ରାଜ୍ୟବାସୀଙ୍କୁ ଏସସିବିରେ ବିଶ୍ୱସ୍ତରୀୟ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ୫ଟି ଅନ୍ତର୍ଗତ ଅଭିନବ ପରିକଳ୍ପନା |