ହେଡଲାଇନସ୍:

ଡାକ୍ତରଖାନାରେ ଅଚାନକ ବିଜୟ ରଞ୍ଜନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସ୍ୱାସ୍ଥ୍ୟସେବାର ତଦାରଖ କଲେ, ରୋଗୀଙ୍କୁ ଭଲମନ୍ଦ ପଚାରି ବୁଝିଲେ 

ପଦ୍ମପୁର(ଶାସକପ୍ରଶାସକ)- କେହି ଜାଣିନଥିଲେ | ପ୍ରସ୍ତୁତ ବି ନଥିଲେ | ଅଚାନକ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ଯାଇଥିଲେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା | ଶ୍ରୀ ବରିହା ଆସିଥିବା ଜାଣି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ପାଖରେ ପହଂଚି ଯାଇଥଲେ | ଶ୍ରୀ ବରିହା  ଅଚାନକ ୱାର୍ଡରେ ପଶି ସିଧା ରୋଗୀଙ୍କ ସହ କଥାବାର୍ତ୍ତା କରିବା ସହ ଭଲମନ୍ଦ ପଚାରି ବୁଝିଲେ | ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ତାଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ତଥା ସେବା ଠିକ ଭାବେ ଯୋଗାଉଛନ୍ତି କି ନାହିଁ ସେ ବିଷୟରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ପଚାରି ବୁଝିଥିଲେ ଶ୍ରୀ ବରିହା  ।

ଏହା ସହ ସେ ୫୦ ଶଯ୍ୟା ବିଶିଷ୍ଟ ମାତୄଶିଶୁ ଚିକିତ୍ସାଳୟକୁ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ମା ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ଏହା ସହ ଚିକିତ୍ସାଳୟ ପରିସର କିପରି ସଦାସର୍ବଦା ଅଧିକ ସଫା ରହିବ ସେଥିପାଇଁ ପରାମର୍ଶ ଦେବା ସହ ଲୋକ ସୁବିଧାରେ ଯେମିତି ସେବା ପାଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ ।

0
0
0
s2sdefault