ହେଡଲାଇନସ୍:

ଦର୍ଶକଙ୍କ ମନ ମୋହିଲା ବର୍ଷା ସିଂ ଙ୍କ ବାଲୁକା କଳା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ଲୋକ ମହୋତ୍ସବ - ୨୦୨୦   ଦ୍ବିତୀୟ ଦିବସ

ପଦ୍ମପୁର-(ଶାସକପ୍ରଶାସକ)ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ର ଦ୍ବିତୀୟ ଦିବସ ଆରମ୍ଭ ହୋଇଥିଲା " ଲୁପ୍ତ ପ୍ରାୟ ଓ ଲୁକ୍ କାୟିତ ଲୋକକଳା " ଉପରେ ଆୟୋଜିତ ଆଲୋଚନା ଚକ୍ରରୁ । ଡଃ ପ୍ରମୋଦ କୁମାର ପାଢ଼ୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବ୍ଯଙ୍ଗ କବି ମନୋ ରଞ୍ଜନ ସାହୁ ସଭାପତିର ଦାୟିତ୍ବ ତୁଲାଇଥିଲେ । ଡଃ ଦ୍ବାରିକା ନାଥ ନାୟକ, ପ୍ରଫେସର ମୋହନ ସାହୁ, ଡଃ ସିଦ୍ଧାର୍ଥ ପଣ୍ଡା ପ୍ରସଙ୍ଗର ବିଭାଗ ଦିଗ ଉପରେ ଆଲୋଚନା କରିଥିଲେ । ଏହା ପରେ ଦ୍ବିତୀୟ ଦିବସର ସନ୍ଧ୍ୟା କାଳୀନ ଉତ୍ସବ କୁ ପଦ୍ମପୁର ବିଜ୍ଞାପିତ  ଅଞ୍ଚଳ ପରିଷଦ ପୂର୍ବତନ ଅଧ୍ୟକ୍ଷ ଶିରିଶ କୁମାର ବହିଦାର ମାଁ ସମଲେଇ ଏବଂ ମାର୍ଜାର କେଶରୀ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଡାକ୍ତର ରଜତ କୁମାର ସାହୁ, ପ୍ରଫେସର ପ୍ରଭୁଲାଲ ଦାଶ, ଅବସର ପ୍ରାପ୍ତ ବିଚାରପତି ରାମଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚସୀନ ଥିଲେ । ପ୍ରଫେସର କେଶ ରଞ୍ଜନ ପ୍ରଧାନ ଓ ନାଟ୍ୟକାର ଅଶୋକ କୁମାର ବହିଦାର ଙ୍କରପରିଚାଳନା ରେ ଅନୁଷ୍ଠିତ ଏଇ ସଭାରେ ଆୟୋଜକ କମିଟି ସଂଯୋଜକ ଅଶୋକ କୁମାର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଲୋକ ମହୋତ୍ସବ ଲୁକ୍ କାୟିତ ତଥା ଅବହେଳିତ କଳାକାର ଙ୍କୁ ସୁଯୋଗ ଦେଇଥାଏ ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଏହା ପରେ ଅଞ୍ଜନ କୁମାର ପ୍ରଧାନ ଓ ମୁଗ୍ଧା ଦାଶଙ୍କ ସଂଯୋଜନା ରେ ଦ୍ବିତୀୟ ଦିବସ ସାଂସ୍କୃତିକ ଉତ୍ସବ ଆରମ୍ଭ ହୋଇଥିଲା ।

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଳିକା ମାନେ ବୃନ୍ଦାବନ ଦାଶଙ୍କ ନିର୍ଦ୍ଦେଶନାରେ  ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶ୍ରୀବଣୀ ଦାଶ କଣ୍ଠ ସଙ୍ଗୀତ ଗାନ କରିଥିଲେ । ଭୁବନେଶ୍ବର ନୃତୟନା କଳାକାର ମାନେ ଓଡିଶୀ ନୃତ୍ୟ ସୁର ସାଧନା,ଲୋଇସିଂହା କଳାକାର ମାନେ ସମ୍ବଲପୁରୀ ନୃତ୍ୟ , ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଛାତ୍ର ମାନେ ପାରମ୍ପରିକ ଲୋକବାଦ୍ଯ ପରିବେଷଣ କରି ଦର୍ଶକ ମାନଙ୍କର ମନ ମୋହି ନେଇ ଥିଲେ । ବର୍ଷା ସିଂ ଙ୍କ ବାଲୁକା କଳା ଖୁବ୍ ଆକର୍ଷଣୀୟ ହୋଇଥିଲା । ଏଥି ସହିତ ଓଡ଼ିଆ ସଙ୍ଗୀତ ଜଗତ ଚର୍ଚ୍ଚିତ ଚେହେରା ମନ୍ମଥ ମିଶ୍ର ଓ ପଂଚାନନ ନାୟକ ଦ୍ବିତୀୟ ଦିବସ ସ୍ବତନ୍ତ୍ର ଆକର୍ଷଣ ଥିଲେ । ଶନିବାର ସନ୍ଧ୍ୟାରେ  ଡଃ ମାନ ଭଂଜନ ପ୍ରଧାନଙ୍କୁ ସାହିତ୍ୟ, ଦୁଃଶାସନ ବୁଡେକଙ୍କୁ କ୍ରୀଡ଼ା ଏବଂ ପରମାନନ୍ଦ ଶିକାଙ୍କୁ ଲୋକକାଲା କ୍ଷେତ୍ରରେ ବିଶେଷ ଅବଦାନ ଯୋଗୁଁ ସମ୍ବର୍ଦ୍ଧନା ଞାପନ କରାଯାଇଥିଲା । ଦ୍ବିତୀୟ ଦିବସ ପଦ୍ମପୁର ଲୋକ ମହୋତ୍ସବ ଆରମ୍ଭ ରୁ ଏକ ମହା ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା । ଯେଉଁ ଥିରେ ବହୁ ସଂଖ୍ୟାରେ ପଦ୍ମପୁର ଯୁବପିଢ଼ି ଯୋଗଦାନ ଦେଇଥିଲେ ।

0
0
0
s2sdefault