ହେଡଲାଇନସ୍:

ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାରେ  ଜଣେ ଅଟକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ )   ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଗୁରୁବାର ଜଣେ ଯୁବକ ଦୁର୍ବ୍ୟବହାର କରିବା ସହିତ ଗୋଇଁଠା ମାରିଛନ୍ତି । ଡାକ୍ତରଙ୍କୁ ହତ୍ୟା  ଧମକ ମଧ୍ୟ  ଦେଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟର ଏସଡିଏମ୍ଓ ଡା. ସଞ୍ଜୟ ମହାପାତ୍ର ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି । 

ସୂଚନା ଅନୁଯାୟୀ ଦୁର୍ଘଟଣାରେ ଶିକାର ହୋଇଥିବା  ସୁବଳୟା ଥାନା  ବଡଖମାର ଗ୍ରାମର ପ୍ରଫୁଲ୍ଲ ପଧାନ କୁ ଏହି ଗାଁ ର ବିଦ୍ୟାଧର ପଧାନ  ଡାକ୍ତରଖାନା ଆଣିଥିଲେ । ହେଲେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ,ଡାକ୍ତର ସ୍ବପ୍ନେଶ୍ବର ବେହେରାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକାଇଥିଲେ । ଏହି ଖବରପାଇ ଏସ୍ ଡି ଏମଓ ଡା. ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଯୁବକଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଯୁବକ ଜଣକ ଓଲଟା ବୁଝି ଡା .ମହାପାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗକାରୀଙ୍କ ଆଧାରରେ ବୀରମହାରାଜପୁର ଥାନା( କେସ୍ ନଂ-  ୩୩୵୨୦ ) ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।

0
0
0
s2sdefault