ହେଡଲାଇନସ୍:

 ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣରେ ବିମୋହିତ ଶାହା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ପୁରୀର ସୌନ୍ଦର୍ଯ୍ୟକରଣକୁ କିଛିଦିନ ତଳେ କେନ୍ଦ୍ର ପେଟ୍ରୋଲିଅମ-ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସାର ମୋହର ଲଗାଇଥିବା ବେଳେ ଆଜି ଖୋଦ ଦେଶର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ବାହାବା ମିଳିଛି ରାଜ୍ୟ ସରକାରଙ୍କ ଏ ସମୟୋଚିତ ପଦକ୍ଷେପକୁ | ଆଜି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଅବଲୋକନ କଲାବେଳେ ତାଙ୍କ ମୁଖମଣ୍ଡଳରୁ ଯେଉଁ ସନ୍ତୁଷ୍ଟିର ଛାପ ଦେଖିବାକୁ ମିଳିଥିଲା ତାହା ସରକାରଙ୍କ ଏହି ଅଭିନବ ପଦକ୍ଷେପ ପାଇଁ ପ୍ରସଂସାର ସ୍ଵାକ୍ଷର ଭଳି ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା |

 ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଆଜି  ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ  ଶୁକ୍ରବାର ମେ’ ଫେୟାର ହୋଟେଲରେ ଦଳୀୟ ବୈଠକରେ ଯୋଗଦେବା ପରେ ସନ୍ଧ୍ୟାରେ ପୁରୀରେ ପହଞ୍ଚିଥିଲେ ସ୍ଵରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା। ଏଠାରେ ରାତ୍ରିଯାପନ  କରିବା ସହ ଆଜି ମନ୍ଦିର ବୁଲିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀ  ଶାହ ମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ | ଶ୍ରୀ ଶାହାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ  ପ୍ରତାପ ଷଡ଼ଙ୍ଗୀ, ପ୍ରହ୍ଲାଦ ସିଂ ପଟେଲ, ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା,ସମ୍ବିତ ପାତ୍ର ପ୍ରମୁଖ ମଧ୍ୟ  ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।  

 ଶ୍ରୀ ଶାହାଙ୍କ ଗସ୍ତ ତଥା ଶ୍ରୀମନ୍ଦିର ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ଜିଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା | ଖୋଦ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଉପସ୍ଥିତ ରହି ଏହି ଗସ୍ତକ୍ରମର ତତ୍ତ୍ୱାବଧାନ କରିଥଲେ | ଶ୍ରୀମନ୍ଦିରକୁ ଗଲାବେଳେ ଓ ବାହାରି ଆସିଲା ବେଳେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନିରୀକ୍ଷଣ କରି ବିମୋହିତ ହୋଇ ପଡିଥିଲେ ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ।

0
0
0
s2sdefault