ହେଡଲାଇନସ୍:

ଲଇଡା ସରସ୍ବତୀ ଶିଶୁ ମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲଇଡା,ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ପରିଚାଳନା କମିଟୀ ର ସଭାପତି ଫକିର ମୋହନ ସାହୁ ଙ୍କ ଅଧ୍ୟକ୍ଷତା ରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଅଛି। ସ୍ଥାନୀୟ ଦୂତିକା ସାହୁ କଲେଜ ର ପଦାର୍ଥ ବିଜ୍ଞାନ ର ବରିଷ୍ଠ ଅଧ୍ୟାପକ ଜୟନାରାୟଣ ଶତପଥୀ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ଦୀପ ପ୍ରଜଲ୍ଲନ କରି କାୟ୍ୟକ୍ରମ ର ଶୁଭାରମ୍ଭ କରି ଏ ଯୁଗ ରେ ବିଜ୍ଞାନର ଅଗ୍ରଗତି ତଥା ସାର୍ ସି ଭି ରମଣ ଙ୍କ ଜୀବନି ବିଷୟରେ ଶିଶୁ ଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ପ୍ରମୋଦ କୁମାର କଟୁରୀ ଅତିଥୀ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ବିଜ୍ଞାନ ବିଷୟର ପ୍ରମୁଖ ସିତେଶ ଢିଲା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଶିଶୁ ଭାଇଭଉଣୀ ମଧ୍ୟରେ ପତ୍ର ବାଚନ ଓ ପ୍ରଶ୍ନ ମଞ ଆୟୋଜନ କରାଯାଇଥିଲା । ପତ୍ର ବାଚନ ର ବାଳ ବର୍ଗ ବିଭାଗର ରେ ତମନ୍ନା ତିଓ୍ବାରୀ ପ୍ରଥମ ଓ ସିଗମା ନାଏକ ଦ୍ବିତୀୟ,, ଶିଶୁ ବର୍ଗରେ ସୁହାନୀ ପଟେଳ,ସୁହାନୀ ପ୍ରଧାନ ଓ ସ୍ମତିରେଖା ସାହୁ କୃତୀ ହୋଇଥିବା ବେଲେ ପ୍ରଶ୍ନ ମଞରେ ଶିଶୁ ବର୍ଗରେ ପ୍ରଥମ ଅଙ୍କିତା ନାଏକ,ଶ୍ରାବଣୀ ପ୍ରଧାନ ,ଦ୍ବିତୀୟ ରେ ସୁନି ବେହେରା,ଶ୍ରିକିଷ୍ଣା ସାହୁ , ନନ୍ଦିନୀ ବେହେରା,ତୃତୀୟ ରେ ଆର୍ୟନ ପରେଖ,ପ୍ରତିକ ପଟେଳ,ପ୍ରଭାସ ପୃଷ୍ଟି କୃତୀ ହୋଇଥିବା । ପ୍ରଶ୍ନ ମଞ ର ବାଳ ବର୍ଗ ରେ ସିଦ୍ଦେଶ୍ବରୀ ସାହୁ,ସୁଜ୍ଞାନ ନାଏକ,ଉଦଭାସ ପଟେଳ ପ୍ରଥମ,ଲୋକେଶ ସାହୁ,ଖୁସବୁ ପ୍ରିୟ ଦର୍ଶନୀ ସୁନାନୀ ଦ୍ବିତୀୟ , ରେଜାୟା ଜୟପୁରୀୟା ,ବିବେକ ଚୈାଧୁରୀ,ଗୈାରବ ପଟେଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି କାୟ୍ୟକ୍ରମ କୁ ଗୁରୁମା ସୁପ୍ରିୟା ରଣା ପରିଚାଳନା କରିଥିବା ବେଲେ ଗୁରୁମା ରୋଜି ରଣା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ଗୁରୁଜୀ,ଗୁରୁମା ଓ ଶିଶୁ ଭାଇଭଉଣୀ ଉପସ୍ଥିତ ଥି୍ଲେ।

0
0
0
s2sdefault