ହେଡଲାଇନସ୍:

ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଏକ ବର୍ଣ୍ଣାତ୍ଯ ପରିବେଶ ଭିତରେ ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ଉଦଘାଟିତ ହୋଇଯାଇଛି । ଏଇ ଅବସରରେ ପ୍ରଫେସର କେଶ ରଞ୍ଜନ ପ୍ରଧାନ ଓ ନାଟ୍ୟକାର ଅଶୋକ କୁମାର ବହିଦାର ଙ୍କର ପରିଚାଳିତ ଉଦଘାଟନୀ ସଭାରେ ମୁଖ୍ଯ ଅତିଥି ଭାବେ ଏସିଏଫ୍  ମାନ ଗୋବିନ୍ଦ ଦଲେଇ,  ସମ୍ମାନିତ ଅତିଥି ଭାବେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ, ପଦ୍ମପୁର ଉପଖଣ୍ଡ ପୋଲିସ ଅଧୀକ୍ଷକ ପ୍ରଦୀପ କୁମାର ସାହୁ ଉତ୍ସବ କୁ ଉଦଘାଟନ କରିଥିଲେ । ପଦ୍ମପୁର ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଲୋକ ମହୋତ୍ସବ ସଂଯୋଜକ ଅଶୋକ କୁମାର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସଂସ୍କୃତି ର ବିକାଶ ପାଇଁ ଲୋକ ମହୋତ୍ସବ ଏକ ଅନନ୍ଯ ପ୍ରୟାସ ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମନ୍ତବ୍ଯ ରହିଥିଲେ । ପରେ ଜି ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଇ ଅବସରରେ ସଂଚାର ବାଦ୍ଯକାର ଗଜେନ୍ଦ୍ର ବିଶି,ବାଉଁଶ କାରିଗର,ଚମରୁ ପାତ୍ର ଏବଂ ବୟୋଜ୍ୟେଷ୍ଠ ମୁଦଙ୍ଗ ବାଦକ ରଙ୍କମଣି ସାହୁଙ୍କୁ ସେମାନଙ୍କ ର ଜୀବନ ବ୍ଯାପି ସାଧନା ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ଅଞୀନ କୁମାର ପ୍ରଧାନ ଏବଂ ମୁଗ୍ଧା ଦାଶଙ୍କ ସଂଯୋଜନା ରେ ପ୍ରତିଭା ଅନୁଷ୍ଠାନ ଭବାନୀପାଟଣା କଳାକାର ମାନେ ସିଂହାରୀ ନୃତ୍ୟ, ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ମାନେ ଗ୍ରାମପଥ ନୃତ୍ୟ ନାଟିକା,ନଟରାଜ ଅନୁଷ୍ଠାନ ବଲାଙ୍ଗୀର କଳାକାର ମାନେ ଚୁଟ୍ କୁ ଚୁଟା , ଭେଡେନ ଛୁଉକୁଛୁମା ଅନୁଷ୍ଠାନ ଓ ଲାଲବାହାଦୁର ଶାସ୍ତ୍ର ବିଦ୍ୟାଳୟ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

0
0
0
s2sdefault