କଟକ (ଶାସକ ପ୍ରଶାସକ) ଓଡ଼ିଶାରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଦୈନିକ ୫୦୦ ଟଙ୍କା ଲେଖାଏ ଦେବା ପାଇଁ ଓଡିଶା ହାଇକୋର୍ଟଙ୍କ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ବର୍ଦ୍ଧିତ ଦରମା ୨୦୨୦ ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଶ୍ରୀ ରଥ | ପୂର୍ବରୁ ମାନ୍ୟବର ୨୦୧୬ରେ ହୋମଗାର୍ଡଙ୍କୁ ନେଇ ଦେଇଥିବା ନିର୍ଦ୍ଦେଶ ଗୋଟିଏ ମାସ ମଧ୍ୟରେ ଲାଗୁ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହୋଇନଥିବା କାରଣରୁ ହୋମଗାର୍ଡ ଏ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା |
ରାଜ୍ୟ
ହୋମଗାର୍ଡଙ୍କୁ ଦୈନିକ ୫୦୦ ଟଙ୍କା ପାଉଣା ଦିଅ : ହାଇକୋର୍ଟ
- Hits: 346