ହେଡଲାଇନସ୍:

କେବଳ ଭାବନାଗତ ସଂହତି ନୁହେଁ,  ଆର୍ଥିକ, ଭିତ୍ତିଭୂମିଗତ ଆଉ ବୈଷୟିକ ସଂହତି ଅତ୍ୟାବଶ୍ୟକ : ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  • ଓଡ଼ିଶାକୁ ସ୍ପେସିଆଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି କଲେ ନବୀନ 

  • ସମଗ୍ର ପୂର୍ବାଂଚଳ ଟେଲିକମ, ରେଳବାଇ ଆଉ ବ୍ୟାଙ୍କିଙ୍ଗ ସାନ୍ଦ୍ରତାରେ ଏବେବି ପଛୁଆ 

  • ଅନ୍ୟରାଜ୍ୟଙ୍କ ସମତୁଲ ହେବା ପାଇଁ ଅନୁଦାନ ଡବଲ କରାଯାଉ 

  • ସମଗ୍ର ପୂର୍ବାଂଚଳ ପାଇଁ କେନ୍ଦ୍ର ପ୍ରଦାନ କରୁ ସ୍ୱତନ୍ତ୍ର ପ୍ୟାକେଜ 

  • କୋଇଲା ରୟାଲ୍ଟି ସଂଶୋଧନ ସହ କ୍ଲିନ ଗ୍ୟାସ ସେସ ଅଂଶ ରାଜ୍ୟକୁ ତୁରନ୍ତ ମିଳୁ  

  • ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଧାନ ସଂଗ୍ରହରେ ସବସିଡି ବାବଦ ଟଙ୍କା ଦେବାରେ କେନ୍ଦ୍ର ବିଳମ୍ବ ନକରୁ  

  • ହୋ, ମୁଣ୍ଡାରୀ, ଭୂମିଜଙ୍କୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରାଯାଉ 

ଭୁବନେଶ୍ୱର(ଶାସକ ପ୍ରଶାସକ)ଜୋନାଲ କାଉନସିଲର ମୂଳ ଉଦ୍ଦେଶ୍ୟ ଜାତୀୟ ସଂହତି |  କେବଳ ଆମେ ଭାବନାଗତ ସଂହତି କଥା କହିଲେ ହେବନି | ସଂହତି ଆର୍ଥିକ, ଭିତ୍ତିଭୂମିଗତ ଆଉ ବୈଷୟିକ ଦୃଷ୍ଟିକୋଣରୁ ବି ହେବା ଉଚିତ | ତେବେ ଯାଇ ଭାବନାଗତ ସଂହତି ମଜଭୁତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏ ଅବସରରେ ସମଗ୍ର ପୂର୍ବାଂଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି କରିବା ସହ ପ୍ରାକୃତିକ ଵିପଦା ସହ ଲାଗାତାର ଯୁଝୁଥିବା ଓଡିଶା ସ୍ପେସିଆଲ ଫୋକସ୍ ଷ୍ଟେଟ୍ ମାନ୍ୟତା ପାଇବା ପାଇଁ ହକଦାର ବୋଲି ଯୁକ୍ତି ବାଢ଼ିଛନ୍ତି ନବୀନ |

ନବୀନ କହିଥିଲେ ଯେ  ସମଗ୍ର ପୂର୍ବାଂଚଳ ଏଯାବତ ଟେଲିକମ ସାନ୍ଦ୍ରତା, ରେଳବାଇ ସାନ୍ଦ୍ରତା ଆଉ ବ୍ୟାଙ୍କିଙ୍ଗ ସାନ୍ଦ୍ରତାରେ ବହୁତ ପଛରେ | ତେଣୁ ପୂର୍ବାଂଚଳ ରାଜ୍ୟ ଗୁଡି଼କର ଅଭାବ ଦୂର କରି ଦେଶର ଅନ୍ୟ ରାଜ୍ୟର ସମକକ୍ଷ ହେବା ପାଇଁ ପୂର୍ବାଂଚଳ ରାଜ୍ୟ ଗୁଡିକୁ ମିଳୁଥିବା ଅନୁଦାନ ଦୁଇଗୁଣ କରିବା ପାଇଁ ସମଗ୍ର ପୂର୍ବାଂଚଳ ରାଜ୍ୟମାନଙ୍କ ପାଇଁ ସ୍ୱର ଉଠାଇ ଆଜି ପୂର୍ବାଂଚଳ ପରିଷଦ ବୈଠକରେ ଖୋଦ ଗୃହମନ୍ତ୍ରୀ ଅମିତ ସାହାଙ୍କ ଆଗରେ ଜୋରଦାର ଦାବି ଉପସ୍ଥାପିତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

 ଆଜି ଭୁବନେଶ୍ୱରଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଦ୍ବୋଧନ ଦେଇ ଉପରୋକ୍ତ ଦାବି ରାଖିବା ସହ ଏହା ସପକ୍ଷରେ ବି ଯଥାର୍ଥ ଯୁକ୍ତି ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ କହିଛନ୍ତି " ପୂର୍ବାଂଚଳ ସମଗ୍ର ଦେଶର ଖଣିଜ ଓ ଶକ୍ତି ନିରାପତ୍ତା ନିଶ୍ଚିତ କରୁଛି | ତେଣୁ ଏହି ନିରାପତ୍ତାର ପ୍ରତିବଦଳରେ ଏସବୁ ରାଜ୍ୟର ଲୋକମାନଙ୍କୁ ତାହାର ସୁଫଳ ମିଳିବା ଦରକାର | ଓଡିଶା ସମ୍ପର୍କରେ ଉଲ୍ଲେଖ କରି ଫନି ସମୟରେ ରାଜ୍ୟ ସରକାରଙ୍କୁ ସହାୟତା କରିଥିବା ଯୋଗୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ |  ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶରେ ସର୍ବାଧିକ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ରାଜ୍ୟ ହେଉଛି ଓଡିଶା | ତେଣୁ ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଓଡିଶା ସ୍ପେସିଆଲ ଫୋକ୍ସ ଷ୍ଟେଟ ହେବାପାଇଁ ହକଦାର ବୋଲି ନବୀନ ବାଢ଼ିଛନ୍ତି ଦୃଢ ଯୁକ୍ତି |  

 ଅପରପକ୍ଷରେ ପୁର୍ବାଞ୍ଚଳରେ ସର୍ବାଧିକ ଅନୁସୂଚିତ ଅଂଚଳ ରହିଛି |  ଏହି ପରିପ୍ରେକ୍ଷୀରେ ହୋ, ମୁଣ୍ଡାରୀ, ଭୂମିଜଙ୍କୁ ସମ୍ବିଧାନର ଅଷ୍ଟମ ଅନୁଛେଦ ଅନ୍ତର୍ଗତ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ | ସେ କହିଥିଲେ ଯେ, ୨୦୧୨ ମସିହା ଠାରୁ କୋଇଲା ରୟାଲ୍ଟି ସଂଶୋଧିତ ହୋଇନାହିଁ | ତେଣୁ ତୁରନ୍ତ କୋଇଲା ରୟାଲ୍ଟି ସଂଶୋଧନ କରିବା ସହ କ୍ଲିନ ଗ୍ୟାସ ସେସ ବାବଦ ଅଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ | ପୁର୍ବାଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ନବୀନ ଯୁକ୍ତି ବାଢ଼ିବା ସହ ପୌରାଞ୍ଚଳ ପାଇଁ ଅନୁଦାନ ମଂଜୁର କରିବାରେ ହେଉଥିବା ବିଳମ୍ବ ସହରାଂଚଲ ବିକାଶରେ ବାଧକ ସାଜୁଥିବା ବେଳେ ଧାନ ସଂଗ୍ରହରେ ସବସିଡି ବାବଦ ଟଙ୍କା ପ୍ରଦାନରେ ବିଳମ୍ବ ଯୋଗୁ ଚାଷୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗୃହମନ୍ତ୍ରୀ ଶ୍ରୀ ସାହାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | 

ଭୁବନେଶ୍ୱରଠାରେ ଲୋକସେବା ଭବନର ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ୨୪ତମ ପୂର୍ବାଂଚଳ ପରିଷଦ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ  ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶାର ମନ୍ତ୍ରୀମାନେ ଯୋଗ ଦେଇଥିଲେ | 

 

 

0
0
0
s2sdefault