ହେଡଲାଇନସ୍:

ପୁଣି ଗାଇଲେ ଏସପି ସାରା, ଏଥର ଫୁଟବଲ ପାଇଁ ଥିମ ଗୀତ (ଶୁଣନ୍ତୁ ଗୀତର ସ୍ଟୁଡ଼ିଓ ଭର୍ସନ )

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାରାଙ୍କ କଣ୍ଠରେ ପୁଣି ଏଥର  "ଜାବା ଜାବା ଫୁଟବଲନ୍ ଓଡିନାବା"

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : କେତେବେଳେ ସି ଟିମ, କେତେବେଲେ ଉଡାନ ତ ଆଉ କେତେବେଳେ ଆଉ କିଛି, ସବୁବବେଳେ କିଛି ହଟକେ କରି ଚର୍ଚାରେ ରହି ଆସିଥିବା ଆଇପିଏସ ଅଫିସର ତଥା ଗଜପତି ଏସପି ସାରା ଶର୍ମା ଏବେ ପୁଣି ଚର୍ଚ୍ଚାରେ |  ଏସ୍ ଡି ସି ଫୁଟବଲ କପ୍ --୨୦୨୦ ଥିମ୍ ଗୀତ ଗାଇ ପୁଣି ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା |

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ ଟୁର୍ନାମେଣ୍ଟ (ଏସଡ଼ିସି) ପାଇଁ ଆଦିବାସୀ ବା ଜନଜାତି ଭାଷାରେ ଗୀତ ଗାଇଛନ୍ତି ଏସପି ସାରା   | ଗୀତର ଟାଇଟଲ ରହିଛି "ଜାବା ଜାବା ଫୁଟବଲନ୍ ଓଡିନାବା , ଜାବା ଜାବା ଫୁଟବଲନ୍ ଆଙ୍ଗୋଙ୍ଗ ଜିଙ୍ଗବା" |  7ଟି ଜନଜାତି ଭାଷାରେ ଏହି ଗୀତ ରେକର୍ଡିଙ୍ଗ ହୋଇଥିବା ଜଣାପଡିଛି |

୭ଗୋଟି ଜନଜାତି ଭାଷାକୁ ନେଇ ପ୍ରସ୍ତୁତ ଗୀତରେ ଏସପି ସାରା  ଶର୍ମା ଓ  ଷ୍ଟିଫେନ ସୁନ୍ଦର ଭାବେ କଣ୍ଠଦାନ କରିଛନ୍ତି  । ଏହି ସବୁ ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି  ଗୁରୁ ରଘୁନାଥ ପାତ୍ର।  ପାରଳାଖେମୁଣ୍ଡି ଠାରେ ସମସ୍ତ ଗୀତ ରେକଡ଼ିଂ କରାଯାଇଛି।  ଆଦିବାସୀ ସଙ୍ଗୀତ 'କୁସମାଇ ଲାଙ୍ଗି ' ର ଟ୍ରାକରେ  ପ୍ରସ୍ତୁତ କରାଯାଇଛି ଏହି ଗୀତ । ସଅରା , ଦେଶିଆ , ହୋ , ମୁଣ୍ଡା , କୋୟା , ସାନ୍ତାଳୀ , କୁଇ ସମେତ ଆଦିବାସୀ ଓ ଓଡ଼ିଆ ଭାଷାକୁ ନେଇ ଏହିସବୁ ସଙ୍ଗୀତକୁ  ଏସ୍ ଡି ସି ଫୁଟବଲ କପ୍ ଥିମ୍ ରେ ହୋଇଛି।

ଏସପି ଓ ଷ୍ଟିଫେନ୍ ଙ୍କ ସହିତ ପାରଳାଖେମୁଣ୍ଡିର  ହିମାଂଶୁ ପଟ୍ଟନାୟକ ବି ଗୀତ ଗାଇଛନ୍ତି । ଆଉ ଗୀତଗୁଡିକ ବେଶ ଶ୍ରୁତି ମଧୁର ହୋଇଛି | ପାରଳାଖେମୁଣ୍ଡି ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଏ ସମସ୍ତ ଗୀତ ପ୍ରସ୍ତୁତିରେ ସହଯୋଗ କରିଥିଲେ। 

 ଆଗରୁ ଗାଇଥିବା ଥିମ ସଙ୍ଗ  " ନାରୀର ସୁରକ୍ଷା ପାଇଁ ...ଆମେ ସି ଟିମ" ବେଶ ଚର୍ଚାରେ ଥିବାବେଳେ ଏବେ ପୁଣି ଏଇ ଫୁଟବଲ ଥିମ ଗୀତ ମାଧ୍ୟମରେ ଚର୍ଚ୍ଚାର ପସିସରକୁ ଆସିଛନ୍ତି ଏସପି ସାରା ଶର୍ମା |   

 

0
0
0
s2sdefault