ହେଡଲାଇନସ୍:

 ଟ୍ରେଜେରି ଖୋଲିଲେ ନବୀନ : ୨୩ କୋଟି ପାଇବେ ୨୩ଟି  ଧର୍ମାନୁଷ୍ଠାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଭୁବନେଶ୍ୱର(ଶାସକ ପ୍ରଶାସକ) : ସାମ୍ପ୍ରଦାୟିକ ସଦଭାବ ବା ସର୍ବଧର୍ମ ସମଭାବକୁ  ଗୁରୁତ୍ୱ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଦିଗରେ ଆଉ ଏକ ଗୁରୁତ୍ୱପୁର୍ଣ ପଦକ୍ଷେପ ନେଇଛନ୍ତି |  ବିଭିନ୍ନ ଧର୍ମର ଉପାସନା ବା ଧାର୍ମିକ ପୀଠ ସ୍ଥଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲିଛନ୍ତି ଟ୍ରେଜେରି | ଏଗୁଡିକର କିକାଶ ତଥା ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି ପାଇଁ ଏହି ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ | ୨୩ କୋଟି ପାଇବେ ବିଭିନ୍ନ ଧରଣର ୨୩ଟି  ଧର୍ମାନୁଷ୍ଠାନ | ଆଜି ମଂଜୁର ହୋଇଥିବା ଅନୁଷ୍ଠାନ ଗୁଡିକ ମଧ୍ୟରେ ବରଗଡ ଶ୍ରୀ  ଶ୍ରୀ  ନୃସିଙ୍ଘନାଥ ମନ୍ଦିର, ଭଦ୍ରକର ମା ଭଦ୍ରକାଳୀ ମନ୍ଦିର, ବଲାଙ୍ଗିରର ହରିଶଙ୍କର ମନ୍ଦିର, ବୌଦର ଜଗନ୍ନାଥ ମନ୍ଦିର, ଢେଙ୍କାନାଳ ଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିର ଜଗତସିଂହପୁରର ମା ସରଳ ମନ୍ଦିର, ଯାଜପୁରର ମା  ବିରଜା  ମନ୍ଦିର,  କେନ୍ଦୁଝରର  ବଳଦେବ ଜୀଉ ମନ୍ଦିର, କୋରାପୁଟର ଶ୍ରୀ ଗୁପ୍ତଶ୍ୱର ମନ୍ଦିର ଓ ନବରଙ୍ଗପୁରରେ ନୀଳକଣ୍ଠେଶ୍ଵର ମନ୍ଦିରର ଵିକସଶା ପାଇଁ  ପ୍ରତ୍ୟେକ ୧କୋଟି ତାଙ୍କ ଲେଖାଏ ଅର୍ଥ ମଂଜୁର କରାଯାଇଛି |

ସେହିପରି  ବଲାଙ୍ଗୀର ସିଏନଆଇ ଚର୍ଚ୍ଚ, ଖୋର୍ଦ୍ଧାର ବାପଟିଷ୍ଟ ଚର୍ଚ୍ଚ, କଟକର ମାଉନ୍ଟ ହାଉସ ଚର୍ଚ୍ଚ, କଳାହାଣ୍ଡିର ସେନ୍ଟ ପଲ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ, ଭୁବନେଶ୍ୱରର ଚର୍ଚ୍ଚ ଅଫ  ଖ୍ରୀଷ୍ଟ (ୟୁନିଅନ ଚର୍ଚ୍ଚ ୟୁନିଟ -୪) କୁ ମଧ୍ୟ କୋଟିଏ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ |

ସେହିପରି ପୁରୀ ଜାହାନିଆ ପିର, ସୋନପୁରର ହଜ଼ୀର ଅବଦୁଲ ସାକୁର ବାବା ତରଭା ସରିଫ ମସଜିଦ, ଭଦ୍ରକ ଧାମନଗରର  ଦରଗାହ -ଏ -ହୁଜୁର  ମୁଜାହିଦ-ଏ-ମୀଲତ, ବାଲେଶ୍ୱରର ଭୁଜାଖିଆ ପିର, ଭୁବନେଶ୍ୱର ଜମା ମସଜିଦ,ୟୁନିଟ -୩, ଖୋର୍ଦ୍ଧା କାଇପଦର ସ୍ଥିତ ହଜ଼ରତ  ବୁଖାରି ପିର ବାବା ପୀଠକୁ ମଧ୍ୟ ୧କୋଟି ତାଙ୍କ ଲେଖାଏଁ ଅର୍ଥ ମଂଜୁର କରୁଛନ୍ତି | 

ସେହିପରି ସୁନ୍ଦରଗଡ ଗୁରୁ ସିଂ ସାହେବ ଗୁରୁଦ୍ୱାର ଓ ପୁରୀର ବଉଲି ମଠ ପାଇଁ ମଧ୍ୟ ଏକ କୋଟି ଟଙ୍କା ମଂଜୁର କରିଛନ୍ତି ନବୀନ |

 

0
0
0
s2sdefault