ହେଡଲାଇନସ୍:

 ଲେଖାଶ୍ରୀ ମାଗିଲେ ଜବାବ  : ଦାବି ପୂର୍ବରୁ ଦିଅ ମିଳିଥିବା ଅର୍ଥର ହିସାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଲ ରୟାଲିଟି ବୃଦ୍ଧି କରିବା ନେଇ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବା ପ୍ରସଙ୍ଗ

ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ରାଜ୍ୟସରକାର: ଲେଖାଶ୍ରୀ 

ଭୁବନେଶ୍ୱର,(ଶାସକ ପ୍ରଶାସକ) : କୋଲ ରୟାଲିଟି ବୃଦ୍ଧି କରିବା ନେଇ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିପାରିବେ ନାହିଁ କି, କେନ୍ଦ୍ରରେ ମୋଦି  ସରକାର ୨୦୧୪ ମସିହାରେ ଆସିବା ପରେ ଖଣିସଂପଦର ନିଲାମି ଯୋଗୁଁ ପର୍ଯ୍ୟାପ୍ତ ଅର୍ଥ ମିଳିଛି । କେବଳ ଡିଷ୍ଟିଟ  ମିନେରାଳ ଫଣ୍ଡ ଅନ୍ତର୍ଗତ ରାଜ୍ୟକୁ ଐତିହାସିକ ୭୮୫୭ କୋଟି ଟଙ୍କା ମିଳିଛି । ହେଲେ ଦୁଃଖ ଏବଂ ପରିତାପର ବିଷୟ କି ରାଜ୍ୟ ସରକାର ଏଯାବତ ଏହି ରାଶିରୁ ମାତ୍ର ୧୬୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।  

ଡ.ସାମନ୍ତସିଂହାର କହିଛନ୍ତି ଯେ, ମୋଦି ସରକାରଙ୍କର ନୂଆ ଖଣି ନୀତି ଯୋଗୁଁ ଖଣିମାନଙ୍କର ଖୋଲା ନିଲାମି କରାଯିବା ଳରେ ରାଜ୍ୟକୁ ପୂର୍ବ ଅପେକ୍ଷା ୧୫୦ ପ୍ରତିଶତ ଅଧିକା ପ୍ରିମିୟମ ମିଳିଛି । ଯାହାକି ହଜାର ହଜାର କୋଟି ଟଙ୍କା ଆକଳନ କରାଯାଇଛି । ୨୦୧୪ ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର କଂଗ୍ରେସ ସରକାର ଖଣିମାନଙ୍କୁ ନିଲାମ ପରିବର୍ତେ ପରିଚିତ ସଂପର୍କୀୟ ଲୋକ ମାନଙ୍କୁ ବଂଟନ କରୁଥିଲା । ଏହାଳରେ ଦେଶର ଅପର୍ଯ୍ୟାପ୍ତ କ୍ଷତି ହୋଇଛି ।  

ଓଡିଶାରେ ୫୯ ହଜାର କୋଟି ଟଙ୍କା ର ଖଣି ଦୁର୍ନୀତି ହୋଇଥିଲା । ଶାହା କମିଶନ ରିପୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପରେ ମଧ୍ୟ ରାଜ୍ୟ ସରକାର କ’ଣ ପାଇଁ ଖଣି ଦୁର୍ନୀତି କରିଥିବା କଂପାନୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରିନଥିଲେ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । 

କେନ୍ଦ୍ରରେ ମୋଦି ସରକାର ଆସିବା ରେ ହସ୍ତକ୍ଷେ କରିବା କାରଣରୁ ରାଜ୍ୟ ସରକାର ବାଧ୍ୟ ହୋଇ ଏବେ ଏହି ଖଣି ଦୁର୍ନୀତିର ପଇସା ଆଦାୟ କରୁଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ରକୁ ଖଣି ଲୟାଲିଟି ବଢାଇବା ଲାଗି ନିବେଦନ କରିବା ବଦଳରେ ଏବେ ଯାଏଁ ମିଳିଥିବା ଅଧିକା ପଇସା କେମିତି ଓଡିଶାର ଲୋକଙ୍କ ହିତରେ ଖର୍ଚ୍ଚ ହେବ ସେ ବିଷୟରେ ଯୋଜନା ବନାନ୍ତୁ ଏବଂ ରାଜ୍ୟସରକାର ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

0
0
0
s2sdefault