ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଏସଡ଼ିସି ଫୁଟବଲ -୨୦୨୦ କପ, ଜ୍ୟାକେଟ ଆଉ ଜର୍ସି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ):  ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡ଼ିସି) ଫୁଟବଲ ୨୦୨୦ ର କପ,ଜ୍ୟାକେଟ ଆଉ ଜର୍ସି ଲୋକାର୍ପିତ କରିଛନ୍ତି | 

ରାଜ୍ୟର ୯ ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ ୧୪ ତାରିଖ ଠାରୁ ପ୍ରତିଯୋଗିତା ଚାଲୁ ରହିଛି | ଏଥିରେ ରାଜ୍ୟର ୬୦୦୦ ଜନଜାତି ପିଲା ଅଂଶଗ୍ରହଣ କରିଛନ୍ତି | ମାର୍ଚ୍ଚ ୫ ତାରିଖରେ କଟକ ବାରବାଟୀ ଷ୍ଟାଡିଅମ ଠାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ | ଏହି ପ୍ରତିଯୋଗିତାର ମସ୍କଟ ଭାବେ ଗୁଣ୍ଡୁଚି ମୁଷାକୁ ଚୟନ କରାଯାଇଛି | 

ଆଜିର କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା , ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ |

0
0
0
s2sdefault