ହେଡଲାଇନସ୍:

ପଦ୍ମପୁର ଲୋକ ମହୋତ୍ସବର ବାଣିଜ୍ୟ ମେଳା ଉଦଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଆର୍ ବି ହାଇସ୍କୁଲ ପଡିଆରେ,ପଦ୍ମପୁର ଲୋକ ମହୋତ୍ସବ କମିଟି ତରଫରୁ ଫେବୃଆରୀ ୨୬ ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ପରି ପ୍ରେକ୍ଷରେ ବୁଧବାର ସନ୍ଧ୍ୟାରେ ବାଣିଜ୍ୟ  ମେଳା ଉଦଘାଟିତ ହୋଇଯାଇଛି । ପଦ୍ମପୁର ସହକାରୀ ଉପ ଜିଲ୍ଲାପାଳ ସୁଶ୍ରୀ ଦୀପ୍ତିମୟୀ ଭୁଏ ଏବଂ ଅତିରିକ୍ତ ତହସିଲଦାର ସୁଶ୍ରୀ ସରିତା ଗୁପ୍ତା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଇ ବାଣିଜ୍ୟ ମେଳା  ଫେବୃଆରୀ ୨୬ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଶହେରୁ ଅଧିକ ଷ୍ଟଲ ଏହି ବାଣିଜ୍ୟ ମେଳାରେ ସାମିଲ ହୋଇଛନ୍ତି । ଅଞ୍ଚଳ, ରାଜ୍ୟ  ତଥା ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ମାନେ ଏହି ବାଣିଜ୍ୟ ମେଲାରେ ନିଜ ନିଜର ପ୍ରତିଷ୍ଠାନ ଖୋଲିଛନ୍ତି ବୋଲି ଆୟୋଜକ କମିଟିର ସଂଯୋଜକ ଅଶୋକ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ ।

0
0
0
s2sdefault