ହେଡଲାଇନସ୍:

ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଶାସକ ପ୍ରଶାସକ);  ସ୍ଥାନୀୟ ମିନିଷ୍ଟାଡିୟମରେ ୪ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଯାପନୀ ହୋଇଯାଇଛି । ଉଦ୍ୟାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ମୁଖ୍ୟଅତିଥି, ଡିଆରଡିଏ ପିଡି ମଧୁଛନ୍ଦା ସାହୁ, ସଂସ୍କୃତି ବିଭାଗ ଅଧିକାରୀ ଦେବେନ୍ଦ୍ର ରାଉତ, ଜିଲ୍ଲା କୃଷି ଅଧିକାରୀ ଜାହିନ୍ଦ ମହମ୍ମଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଭୁଦତ ମିଶ୍ର ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଦୀର୍ଘ ଚାରି ଦିନ ଧରି ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସଫଳତା ପ୍ରଦର୍ଶନ କରିଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଓରମାସର କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ପଲ୍ଲିଶ୍ରୀ ମେଳାର ସଫଳତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସୂଚନା ଦେଇ କହିଥିଲେ ଏଥିରେ ମୋଟ ୧୫୩ଟି ଷ୍ଟଲ ବସିଥିଲା । ଏଥିରେ ଜିଲ୍ଲା ତଥା ରାଜ୍ୟ ବାହାରୁ ବିଭିନ୍ନ ସାମଗ୍ରୀ ଆଣି ଲୋକେ ବିକ୍ରି କରିଥିଲେ । ଏହି କ୍ରମରେ ମୋଟ ୪୬ ଲକ୍ଷ ଟଙ୍କା ବିକ୍ରି ହୋଇଥିଲା । ପୂର୍ବବର୍ଷ ଅପେକ୍ଷା ଏହା ରେକର୍ଡ ସଂଖ୍ୟକ ବିକ୍ରି ହୋଇଥିଲା । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହି ଅବସରରେ ଜିଲ୍ଲାର ଯୋଗେଶ୍ୱର ରଣାଙ୍କୁ ଶ୍ରେଷ୍ଠ  କୃଷକ ସମ୍ମାନ, ଉଗ୍ରେସନ ହଂସଙ୍କୁ ଉଦ୍ୟାନ କୃଷି ସକାଶେ, ଚୌବନ ଅହୀରଙ୍କୁ ପ୍ରାଣୀପାଳନ, କୃଷ୍ଣ ଅହୀରଙ୍କୁ ମତ୍ସ୍ୟ ଚାଷ ସକାଶେ ଶ୍ରେଷ୍ଠ  ସମ୍ମାନ ପ୍ରଦାନ କରାଯାଇଛି । ଉଦ୍ୟାନ କୃଷି ବିଭାକୁ ଶ୍ରେଷ୍ଠ  ଷ୍ଟଲର ମାନ୍ୟତା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା ସକାଶେ ଶଙ୍କର୍ଷଣ ପୁରୋହିତ, ଶିଶିର କୁମାର ଭୂୟାଁ, ସୁରଜିତ ସିଂ ମହାରଥା, ବିଭୁଦତ ମିଶ୍ରଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ । ସୂଚନାଯୋଗ୍ୟ, ଯେ ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ, ଲୋକକଳାକୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରି କି ଉଦ୍ୟାପନୀ କାର୍ଯ୍ୟକ୍ରମରେ ଦର୍ଶକଙ୍କ ଅପେକ୍ଷା ଅତିଥିଙ୍କ ସଂଖ୍ୟା ବେଶୀ ରହିଛି ବୋଲି ବିଭିନ୍ନ ସମାଲୋଚନା କରାଯାଇଛି । ଆଗାମୀ ଦିନରେ ଯେଭଳି ଏପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବା କଥା ବୋଲି ମତ ପ୍ରକାଶ ପାଇଛି । 

0
0
0
s2sdefault