ହେଡଲାଇନସ୍:

 ସ୍ୱଚ୍ଛ ସର୍ଭେକ୍ଷଣ ଜାତୀୟ କମିଟିରେ ଓଡିଶାରୁ ପ୍ରଶାସକ ସଂଗ୍ରାମଜିତ ନାୟକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bhubaneswar/ Shasak Prashasak : ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୧ ଲାଗି ଆସନ୍ତା ଆର୍ଥିକ ବର୍ଷରେ ଦେଶର ପୌରସଂସ୍ଥାଗୁଡ଼ିକର ବିଭିନ୍ନ ମାନଦଣ୍ଡକୁ ନେଇ ସର୍ଭେ କରାଯିବ । ଏଥିମଧ୍ୟରେ ସଫେଇ, ପରିଚ୍ଛନ୍ନତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସଶକ୍ତିକରଣ ଓ ଅଭିନବ ପଦକ୍ଷେପ ଆଦି ରହିଛି । ଏଥିପାଇଁ ଜାତୀୟ ସ୍ତରରେ ସ୍ୱଚ୍ଛ ସର୍ଭେକ୍ଷଣ କମିଟି ଗଢ଼ା ଯାଇଥିବା ବେଳେ ଏହାର ବୈଠକ ଅନୁଷ୍ଠିତ ହୋଇଯାଇଛି । 

ଜାତୀୟ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଓଡ଼ିଶାର ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ ସ୍ଥାନ ପାଇଛନ୍ତି । କମିଟିର ଅନ୍ୟ ସଦସ୍ୟମାନେ ହେଲେ ମଧ୍ୟପ୍ରଦେଶର ମନିଷ ସିଂହ, ଉତ୍ତରପ୍ରଦେଶର ଅନୁରାଗ ଯାଦବ ଓ ପଞ୍ଜାବର ଅଜୟ ଶର୍ମା । ସେହିଭଳି ଜାମସେଦପୁର, ଥିରୁଚିରାପଲ୍ଲୀ, ଇନ୍ଦୋରା, ବେଙ୍ଗାଲୁରୁ, ରାୟପୁର, ନୂଆଦିଲ୍ଲୀ ଆଦି ପୌର ସଂସ୍ଥାର ପ୍ରତିନିଧିମାନେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।

0
0
0
s2sdefault