ହେଡଲାଇନସ୍:

ସରକାର କି ପ୍ରଶାସନ ଶୁଣିଲାନି : ସ୍ଥାନୀୟ ଲୋକ କଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେବଦରର୍ହା ଠାରେ ନୂତନ ପ୍ରବେଶ ଦ୍ୱାର ପାଇଁ ଭୂମିପୂଜନ

ବରଗଡ :- ବରଗଡ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଧବଳେଶ୍ବର ମନ୍ଦିର ଦେବଦରର୍ହା। ପଦ୍ମପୁର ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରାଚୀନ ଶୈବ ପୀଠ ଆଜି ପ୍ରଶାସନର ଅବହେଳା ପାଇଁ  ଅବହେଳିତ ହୋଇରହିଛି । ମନ୍ଦିର ପରିସରରେ ପ୍ରାୟ ସବୁ ସମୟରେ ଭିଡ଼ ପରିଲକ୍ଷିତ ହୁଏ କିନ୍ତୁ ପର୍ବ ପର୍ବାଣୀ ଓ ପିକନିକ ସିଜନରେ ଅସମ୍ଭାଳ ଭିଡ଼ । କିନ୍ତୁ ଦୁଃଖର ବିଷୟ ଯେ ଏଠି ଜଣସି ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ଆଜି ପର୍ଯନ୍ତ କରାଯାଇ ପାରିନାହିଁ ।

ସବୁଠାରୁ ବଡ଼ କଥା ହେଲା ଏଠି ମନ୍ଦିର ପାଇଁ କୋଣସି ପ୍ରବେଶ ଦ୍ୱାର ମଧ୍ୟ ନଥିଲା । ଅଞ୍ଚଳ ର କିଛି ସଚେତନ ନାଗରିକ ଙ୍କର ପ୍ରୟାସ ଓ ଭକ୍ତ ମାନଙ୍କର ସହଯୋଗରେ ଏହି ପୀଠକୁ ଯାଉଥିବା ରାସ୍ତାରେ ଏକ ଭବ୍ୟ ପ୍ରବେଶ ଦ୍ୱାର ନିର୍ମାଣକରିବାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଆଧାରରେ ଆଜି ପବିତ୍ର ଶିବରାତ୍ରି ରେ ପ୍ରବେଶ ଦ୍ଵାରର ଭୂମି ପୂଜନ ମହା ଆଡମ୍ବରରେ ହେଇଯାଇଛି । ଏହି ଅବସରରେ ସାଧୁସନ୍ଥ  ଙ୍କର ମନ୍ତ୍ର ପାଠ ଓ ହୋମଯଜ୍ଞ କରାଯାଇଥିଲା । ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଶହ ଶହ ଲୋକଙ୍କର ଉପସ୍ଥିତ ରେ ଭୂମିପୂଜନ ଉତ୍ସବ ସମାପନ ହେଇଥିଲା ।

ସ୍ବଧର୍ମ ଚେତନା ଆଶ୍ରମ ର ମୁଖ୍ୟ ସ୍ୱାମୀ ଅନନ୍ତ ଚରଣ ଆଚାର୍ଯ୍ୟ , ଛତିଶଗଡ଼ ପ୍ରଦେଶର କବର୍ଧା ର ମହର୍ଷି ବାଲ୍ମୀକି ଆଶ୍ରମର ମୁଖ୍ୟ ସ୍ୱାମୀ ସତ୍ୟେନ୍ଦ୍ର ଶୁକ୍ଳା ଜି ମହାରାଜ , ସିମୋଲି ଖୋଳ ଆଶ୍ରମର ସ୍ୱାମୀ ଭବାନୀ ବାବା , ସାଧୁ ବନବାସୀ ଦାଶ, ସାଧୁ ରମାନନ୍ଦ ଦାଶ, ସ୍ୱାମୀ ବଳରାମ ଦାଶ ଓ ଅନେକ ସାଧୁ ସନ୍ଥ ମାନେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।ଅଂଚଳର ପ୍ରସିଦ୍ଧ ଶିଳ୍ପୀ ଶ୍ରୀ ଗଙ୍ଗାଧର ଭୋଇ ଓ ତାଙ୍କର ସହକର୍ମୀ ମାନେ ଆସନ୍ତା ଏକ ବର୍ଷ ଭିତରେ ଏହି ପ୍ରବେଶ ଦ୍ଵାରର ନିର୍ମାଣ କାର୍ଯ ସମ୍ପନ୍ନ କରିବେ ବୋଲି ଶିଳ୍ପୀ କହିଛନ୍ତି । ଏହି କାର୍ଯ୍ୟକ୍ରମ କୁ ଶ୍ରୀ ରମେଶ ଚନ୍ଦ୍ର ବାରିକ , ଶ୍ରୀ ପନ୍ନା ଲାଲ ନାୟକ , ଅରକ୍ଷିତ ପ୍ରଧାନ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ , ନୁରାଧାନ ଭୋଇ , ବିଜୟ ପଟେଲ , ଗିରିଧାରୀ ବରିହା ମଧୁ ଦାଶ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ ।

  

0
0
0
s2sdefault