ହେଡଲାଇନସ୍:

ବିଜେଡି ସୁପ୍ରିମୋ କଲେ ଆସ୍ଥା ପ୍ରକଟ : ପୁଷ୍ପେନ୍ଦ୍ର ଧରିଲେ କଳାହାଣ୍ଡି  ବିଜେଡି ମଙ୍ଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡି ଜିଲ୍ଲାକୁ ବିଜୁ ଜନତା ଦଳର ସାଙ୍ଗଠନିକ ଦୁର୍ଗ ଭାବେ ଗଢି ତୋଳିବାକୁ ଉଦ୍ୟମ ଜାରି ରଖିବି : ପୁଷ୍ପେନ୍ଦ୍ର 

Junagarh/ Aditya Mohanty : ଦୀର୍ଘଦିନର ନୀରବତା ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କଳାହାଣ୍ଡି ମୈଦାନରେ ଉତାରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲାର ସାଙ୍ଗଠନିକ ଦକ୍ଷତା ସମ୍ପନ୍ନ ସର୍ବଗ୍ରାହ୍ୟ ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଗୁରୁ ଦାୟିତ୍ୱ ସହ |  କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବେ ତାଙ୍କୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ | ଗତ ସାଧାରଣ ନିର୍ବାଚନରେ ଜିଲ୍ଲାରେ କିଛିଟା ବିପର୍ଯୟର ସମ୍ମୁଖୀନ ହୋଇଥିବା ବିଜେଡ଼ିକୁ ଅଧିକ ମଜଭୁତ କରିବା ସହ ଲୋକଙ୍କ ଅଧିକ ପ୍ରିୟଭାଜନ କରିବାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଭିଜ୍ଞ ତଥା ଲୋକପ୍ରିୟ ନେତା ପୁଷ୍ପେନ୍ଦ୍ରଙ୍କ ଉପରେ | ଜିଲ୍ଲା ସଭାପତି ଭାବେ ନିଜେଡି ସୁପ୍ରିମୋଙ୍କ ଘୋଷଣା  ପରେ ଶ୍ରି ସିଂହଦେଓଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି |

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦୁଇଥର ଗୁରୁତ୍ୱପୂର୍ଣ ନଗର ଉନ୍ନୟନ, ଗୃହ ନିର୍ମାଣ, ଶ୍ରମ, ନିୟୋଜନ, କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ରହି ଆସିଥିବା ଶ୍ରୀ ସିଂହଦେଓ  ଜଣେ ଦକ୍ଷ ସଂଗଠକ ଭାବେ ଜିଲ୍ଲାରେ ବେଶ ଜଣାଶୁଣା | ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ନିଜ ପ୍ରତିକ୍ରିୟାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି ଶ୍ରୀ ସିଂହଦେଓ | 

ଶ୍ରୀ ସିଂହଦେଓ କହିଛନ୍ତି " ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରି କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ଦେଇଥିବା ଯୋଗୁ ମୁ ତାଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି | ଆଗାମୀ ଦିନରେ ସମସ୍ତଙ୍କୁ ସାଙ୍ଗରେ ନେଇ କଳାହାଣ୍ଡି ଜିଲ୍ଲା ସଙ୍ଗଠନକୁ ଆହୁରି ସୁଦୃଢ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବି | ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଲୋକପ୍ରିୟ ଯୋଜନା ଗୁଡିକ ଜନସାଧାରଣଙ୍କ ପାଇଁ କରିଛନ୍ତି ସେଗୁଡିକ କେମିତି ଲୋକଙ୍କ ନିକଟରେ ପହଞ୍ଚାଯିବ ସର୍ବୋପରି ୫-ଟି ସରକାରରେ ଯେଉଁ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ଓ ତ୍ୱରାନ୍ୱିତ ଭାବେ କାମ କାର୍ଯ୍ୟକ୍ରମ କରାଯାଉଛି ତା ବିଷୟରେ ଲୋକଙ୍କୁ ଅବଗତ କରାଯିବ | କଳାହାଣ୍ଡି ଜିଲ୍ଲାକୁ ବିଜୁ ଜନତା ଦଳର ସାଙ୍ଗଠନିକ ଦୁର୍ଗ ଭାବେ ଗଢି ତୋଳିବା ପାଇଁ ମୁ ଉଦ୍ୟମ ଜାରି ରଖିବି "    

 

0
0
0
s2sdefault