ହେଡଲାଇନସ୍:

ଚିନ୍ତାରେ କସ୍ତୁରୀ, କିଏ ହେବେ ସାହା !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିବାହ ବୟସରେ ପରିବାର ବୋଝ ସହ ପାରାଲିସିସ ରୋଗୀ ଓ ମାଁ ହୃଦରୋଗୀଙ୍କ ଦୁଃଖ ବୁଝୁଛନ୍ତି ଅସହାୟ କସ୍ତୁରୀ 

ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି : ସବୁ ଠିକ ଠାକ କଷ୍ଟେମଷ୍ଟେ ବାପା ଘର ଚଳାଇ ନେଉଥିଲେ | ହେଲେ ବାପା ପାରାଲିସିସ ରୋଗରେ ଆକ୍ରାନ୍ତ ଆଉ ମାଙ୍କୁ ହୃଦ ରୋଗ ମାଡି ବସିବା ପରେ ସବୁ ବୋଝ ପଡିଛି ଅଭିଆଡ଼ି ଝିଅ କସ୍ତୁରୀ ଉପରେ | ମୁକ ଲାଗି ବି ୟା ତା କାମ କରି ଘର କଷ୍ଟେମଷ୍ଟେ ଚଳାଉଛି କସ୍ତୁରୀ | ହେଲେ ତା ମୁଣ୍ଡରେ ଏବେ ବଡ ଚିନ୍ତା ଆଉ ତିନି ମାସ ପରେ ଘର ଚାଲିବ କେମିତି ଆଉ କିଏ ତା ରୋଗୀଣା ଓ ରୋଜଗାର ଅକ୍ଷମ ବାପା ମା ମୁହଁରେ ଦାନା ମୁଠେ ଦେବ ! ଏଇ ଚିନ୍ତାରେ ଏବେ କସ୍ତୁରୀ କିଏ ହେବେ ସାହା | 

 ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଡଙ୍ଗିଆବାହାଲର କୃଷ୍ଣ ବାରିକଙ୍କ ପରିବାର କହିଲେ ବର୍ତ୍ତମାନ ସେ ନିଜେ, ତାଙ୍କ ସ୍ତ୍ରୀ ସେବତୀ(60) ଓ ଝିଅ କସ୍ତୁରୀ(20) | ତାଙ୍କ ପରିବାର ପୂର୍ବରୁ ଭଲ ଅବସ୍ଥାରେ ଥିଲେ ମଧ୍ୟ, ବର୍ତ୍ତମାନ 5 ବର୍ଷ ହେବ ତାଙ୍କ ପରିବାରର ସ୍ଥିତି ସାଙ୍ଘାତିକ ହୋଇପଡିଛି | କୃଷ୍ଣ ବାରିକ 5ବର୍ଷ ହେବ ପାରାଲିସିସ ରୋଗରେ ପୀଡିତ ହୋଇ ଘରେ ବସିରହିଛନ୍ତି ଓ ତାଙ୍କ ସ୍ତ୍ରୀ ସେବତୀ ମଧ୍ୟ ଜଣେ ହୃଦରୋଗୀ | ଏବେ ସ୍ୱାମୀ ସ୍ତ୍ରୀ ରୋଗୀଣା ହେଲାବେଳେ ପରିବାର ପ୍ରତିପୋଷଣର ଦାୟିତ୍ୱ ପଡିଛି  ଝିଅ କସ୍ତୁରୀ ମୁଣ୍ଡରେ |

ଏହି ପରିବାରର କୃଷ୍ଣଙ୍କ ଆଧାରକାର୍ଡ ହୋଇପାରିନଥିବାରୁ ପରିବାର ଖାଉଟୀକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି | କୃଷ୍ଣଙ୍କ ବିପିଏଲ କାର୍ଡ ନମ୍ବର ୧ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଘରଟିଏ କି ତାଙ୍କୁ ଓ ସ୍ତ୍ରୀଙ୍କୁ ଭତ୍ତାଟିଏ ମଧ୍ୟ ମିଳିପାରିନାହିଁ |  ସରକାର ଦରିଦ୍ର ସୀମାରେଖାରେ ଥିବା ଲୋକଙ୍କ ପାଇଁ ବହୁଯୋଜନା ପ୍ରଣୟନ କରୁଥିଲେ ମଧ୍ୟ କୃଷ୍ଣ ଙ୍କ ପରିବାର ପାଖକୁ ଆଜିପର୍ଯ୍ୟନ୍ତ କିଛି ସରକାରୀ ସହାୟତା ମିଳିପାରିନାହିଁ |  କିନ୍ତୁ ବିଡମ୍ବନାର ବିଷୟ ଏହିକିଯେ ଝିଅ କସ୍ତୁରୀ ଯିଏକି ଅନ୍ୟ ଲୋକଙ୍କ ବିଲରେ ପ୍ରତିଦିନ କାମକରି କିଛି ପଇସା ରୋଜଗାର କରି ନିଜ ରୋଗୀଣା ବାପା ମାଁର ପେଟରେ ଦାନା ମୁଠେ ଦେଉଥିଲା ସେ ଜୁନ ମାସରେ ବିବାହ ହୋଇ ନିଜ ଶାଶୂଘରକୁ ଚାଲିଯିବ | ସେଥିପାଇଁ ଏବେଠୁ ବାପା ମାଁ ଭାଙ୍ଗିପଡିଛନ୍ତି ଆଉ ସେମାନେ ବେସାହାରା ହୋଇପଡିବେ |  ସରକାର ଏଥିପ୍ରତି ଦୃଷ୍ଟିଦେଇ ଅସହାୟ କସ୍ତୁରୀଙ୍କ ପରିବାରକୁ 35kg ଚାଉଳ,କୃଷ୍ଣ ଓ ସେବତୀଙ୍କୁ ଭତ୍ତା,ଆର୍ଥିକ ସହାୟତା ସହ ବାସଗୃହଟିଏ ଯୋଗାଇ ଦେବାପାଇଁ ଜନସାଧାରଣ ଦାବୀ କରିଛନ୍ତି.

0
0
0
s2sdefault